Latest Odisha News

BREAKING NEWS

ଶିଶୁ କବିତା : ଆଲୋ ମୋର କଣ୍ଢେଇ

ପ୍ରତିଭା ସାହୁ 

କଣ୍ଢେଇ ମୋ କଣ୍ଢେଇ
ଆଲୋ ମୋର କଣ୍ଢେଇ
ପିନ୍ଧେଇ ଦେବି ନୂଆ ଜାମା
ଚନ୍ଦନ ଟିପା ଲଗେଇ
ଆଲୋ ମୋର କଣ୍ଢେଇ ।

ଗଜରାମାଳ ଖୋସି ଦେବି
ମୁଣ୍ଡ ତୋର କୁଣ୍ଡାଇ
ପାଦକୁ ମାନିବ ସରୁ ପାଉଁଜି
ଦେବିଲୋ ତତେ ପିନ୍ଧାଇ
ଆଲୋ ମୋର କଣ୍ଢେଇ ।

ଗାଡ଼ିରେ ମୋର ବସେଇ ତତେ
ସହର ନେବି ଵୁଲେଇ
ଦେଖେଇ ଦେବି ଭଳିଭଳିକା
ତୋ ପରି କେତେ କଣ୍ଢେଇ।

ମିଛିମିଛିକା ବୋହୂ ସଜେଇ
ସୁନାଜରି ପାଟ ପିନ୍ଧାଇ
ବାହା ବେଦୀରେ ବର ସାଥିରେ
ଦେବି ଲୋ ତତେ ବସେଇ ।

ନୀଳ ଆକାଶର ଜହ୍ନ ମାମୁଁ ଦେଵି
ସଞ୍ଜରେ ନିତି ଦେଖାଇ
ଗୀତ କାହାଣୀ ଶୁଣାଇ ଦେବି
ମନ ପ୍ରାଣକୁ ରଞ୍ଜେଇ
ଆଲୋ ମୋର କଣ୍ଢେଇ ।

ବଇଣ୍ଡା, ଅନୁଗୋଳ

Comments are closed, but trackbacks and pingbacks are open.