Latest Odisha News

BREAKING NEWS

ରୋନାଲ୍ଡୋଙ୍କୁ ୨୫୨ କୋଟିରେ ବିକିବ ଯୁଭେଂଟସ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଯୁଭେଂଟସ କ୍ଲବ ଟ୍ରାନ୍ସଫର କରିବା ଲକ୍ଷ୍ୟରେ ରହିଛି । ରିପୋର୍ଟ ମୁତାବକ ଯୁଭେଂଟସ ୨୫୨ କୋଟିରେ ରୋନାଲ୍ଡୋଙ୍କୁ ଛାଡିବାକୁ ରାଜି ଅଛି । ୟୁଇଏଫଏ ଚାମ୍ପିୟନ୍ସ ଲିଗରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ କ୍ଲବ ଏହି ପଦକ୍ଷେପ ଗ୍ରହଣ କରିବା ପାଇଁ ଚିନ୍ତା କରୁଛି । ରୋନାଲ୍ଡୋ ୨୦୧୮ରେ କ୍ଲବ ସହିତ ଯୋଗ ଦେଇଥିଲେ । ସେ ୧୨୧ ମ୍ୟାଚରେ ୯୨ ଗୋଲ ସ୍କୋର କରିଥିବା ବେଳେ ୨୨ରେ ସହଯୋଗ କରିଥିଲେ ।

ଯୁଭେଂଟସ ସହିତ ଯୋଗ ଦେବା ପରେ କ୍ରମାଗତ ତୃତୀୟ ଥର ପାଇଁ କ୍ଲବ ନକଆଉଟ ପର୍ଯ୍ୟାୟରୁ ବାଦ୍ ପଡିଛି । ରୋନାଲ୍ଡୋଙ୍କୁ ୮୬୯ କୋଟିରେ କ୍ଳବ ସାଇନ କରିଥିଲେ । କେଉଁ କ୍ଲବ ତାଙ୍କୁ ନେବ ସେ ନେଇ କିଛି ଚୂଡାନ୍ତ ହୋଇ ନାହିଁ । ରୋନାଲ୍ଡୋ ତାଙ୍କ କ୍ୟାରିୟରରେ ୭୬୭ ଗୋଲ ସ୍କୋର କରିଛନ୍ତି । ୟୁଭେଂଟସ ବ୍ୟତୀତ ସେ ରିୟଲ ମାଡ୍ରିଡ ପକ୍ଷରୁ ୪୫୦ ଓ ମ୍ୟାଚେଂଷ୍ଟର ୟୁନାଇଟେଡରୁ ୧୧୮ ଗୋଲ ଦେଇଥିଲେ ।

Leave A Reply

Your email address will not be published.