Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ଜ୍ୱାଲା ଗୁଟ୍ଟାଙ୍କ ପ୍ରେମ କାହାଣୀ !

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ଜ୍ୱାଲା ଟ୍ୱିଟ୍ କରି କହିଛନ୍ତି ।

ପୂର୍ବରୁ ଜ୍ୱାଲା ତାଙ୍କ ପ୍ରେମିକଙ୍କ ସହ କେତେକ ଫଟୋ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର କରିଥିଲେ । ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ରହିଥିବା ବେଳେ ଏହା ଉପରେ ନିର୍ଦ୍ଦିଷ୍ଟ ଭାବେ କେହି ମୋହର ମାରି ପାରୁ ନ ଥିଲେ । ସୂଚନାଯୋଗ୍ୟ, ବିଷ୍ଣୁ ୨୦୦୯ରେ ତାମିଲ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୧ ସେ ରଜନୀ ନଟରାଜଙ୍କୁ ବିବାହ କରିଥିଲେ । ଏହି ବୈବାହିକ ସମ୍ପର୍କ ବେଶି ଦିନ ତିଷ୍ଠି ନ ଥିଲା । ଉଭୟ ସମ୍ମତିକ୍ରମେ ପରସ୍ପରଠାରୁ ଅଲଗା ରହିଥିଲେ ।

ସେହିପରି ଜ୍ୱାଲା ମଧ୍ୟ ବ୍ୟାଡମିଂଟନ ଖେଳାଳି ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟ ବିବାହବିଚ୍ଛେଦ ଘଟିଥିଲା । ଜ୍ୱାଲା ଟୁଇଟରରେ ବିଷ୍ଣୁ ସହ ଫଟୋ ଶେୟାର କରି ଟୁଇଟ କରିଥିଲେ ଆପଣମାନଙ୍କୁ ଆମ ତରଫରୁ ନୂତନ ବର୍ଷର ଅଭିନନ୍ଦନ । ଜ୍ୱାଲା ବ୍ୟାଡମିଂଟନର ଡବଲ୍ସ ବିଭାଗରେ ଭାରତ ପକ୍ଷରୁ ଅନେକ ସଫଳତା ହାସଲ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସହ ସୁନ୍ଦରୀ ଜ୍ୱାଲାଙ୍କ ଦୀର୍ଘ ଦିନର ପ୍ରେମ ସମ୍ପର୍କ କାହାକୁ ଅଛପା ନଥିବା ବେଳେ ଏହି ଘଟଣାକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚା ଜାରି ରହିଛି ।

Leave A Reply

Your email address will not be published.