Latest Odisha News

BREAKING NEWS

ରହସ୍ୟମୟ ଜ୍ୱାଳାମୁଖୀ ମନ୍ଦିର, ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । କିମ୍ବଦନ୍ତୀ ସମ୍ବଳିତ ଏହାର ଏହାର ପ୍ରାଚୀନ ପରମ୍ପରା ତଥା ସଂସ୍କୃତିରେ ଭରି ରହିଛି ଅସଂଖ୍ୟ ପୌରାଣିକ କଥାବସ୍ତୁ । ଏହି କଥାବସ୍ତୁକୁ ନେଇ ଅନେକ ରହସ୍ୟ ଘେରି ରହିଥିବାର ଦେଖାଯାଏ ।

ରହସ୍ୟମୟ ଏହିସବୁ ସ୍ଥାନଗୁଡ଼ିକର ରହସ୍ୟକୁ ଆଜି ପର୍ଯ୍ୟନ୍ତ କେହି ଉନ୍ମୋଚନ କରିପାରିନାହାନ୍ତି । ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ହିମାଚଳ ପ୍ରଦେଶରେ ଅବସ୍ଥିତ ମାତା ଜ୍ୱାଳାମୁଖୀ ମନ୍ଦିର । ଯେଉଁଠି କେଉଁ କେଉଁ କାଳରୁ ରହସ୍ୟମୟ ଭାବେ ଏକ ଅଗ୍ନିଶିଖା ଏପର୍ଯ୍ୟନ୍ତ ଜଳୁଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ଅଗ୍ନୀ ପଞ୍ଚଭୁତର ଅନ୍ୟତମ ଉପାଦାନ । ଅାଉ ମଣିଷର ଶରୀର ପଞ୍ଚଭୁତରେ ସୃଷ୍ଟି ହୋଇଥାଏ ଅାଉ ମୃତ୍ୟୁପରେ ପଞ୍ଚ ଭୁତରେ ବୀଲିନ ହୋଇଯାଏ ।  ଏମିତି ଅନେକ ବିଶ୍ୱାସ ରହିଛି ଅଗ୍ନୀଙ୍କୁ ନେଇ । ତେବେ ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯେଉଁ ସ୍ଥାନରେ ଅଗ୍ନୀ ଶିଖାକୁ ଶକ୍ତିସ୍ୱରୂପ ଭାବରେ ପୂଜା କରାଯାଏ । ଉତ୍ତରଭାରତର ଏକ ପ୍ରମୁଖ ରାଜ୍ୟ ହିମାଚଳପ୍ରଦେଶ । ଏହି ରାଜ୍ୟର କାଙ୍ଗ୍ରା ଜିଲ୍ଲାରେ ରହିଛି ଜ୍ୱାଲାଜୀ ମନ୍ଦିର । ଯେଉଁଠାରେ ପାହାଡ଼ର ଏକ ଛୋଟ ଗୁମ୍ଫାରେ ଅହରହ ପ୍ରଜ୍ୱଳିତ ହେଉଥାଏ ଏକ କ୍ଷୀଣ ଅଗ୍ନୀ ଶିଖା। ବିଶ୍ୱାସଅନୁସାରେ ଏହି ଅଗ୍ନୀଶିଖା କେବେହେଲେ ଲିଭେ ନାହିଁ । ଅାପଣ କହିବେ ଏହା କିପରି ସମ୍ଭବ? କିନ୍ତୁ କାଙ୍ଗ୍ରାର ଏହି ଜ୍ୱଲାଜୀ ମନ୍ଦିରରେ ଏହି ଶିଖା ବର୍ଷବର୍ଷ ଧରି ଜଳୁଛି । ଏହି ଜ୍ୱାଲାଜୀଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାତା ସତୀଙ୍କର ଶରୀରର ଅଶଂ ବିଶେଷ ଭାବେ ବିଶ୍ୱାସ କରନ୍ତି ।

ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ହିମାଚଳ ପ୍ରଦେଶରେ ଅବସ୍ଥିତ ମାତା ଜ୍ୱାଳାମୁଖୀ ମନ୍ଦିର । ଯେଉଁଠି କେଉଁ କେଉଁ କାଳରୁ ରହସ୍ୟମୟ ଭାବେ ଏକ ଅଗ୍ନିଶିଖା ଏପର୍ଯ୍ୟନ୍ତ ଜଳୁଛି ।କୁହାଯାଏ ଏହି ଅଗ୍ନୀଶିଖା ହେଉଛି ମାତା ସତୀଙ୍କର ଜିହ୍ଵା । ବିଶ୍ୱାସ ଅନୁସାରେ ଦେବଦେବ ମହାଦେବ ମାତା ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବା ସମୟରେ ମାତା ସତୀଙ୍କର ଶରୀରର ବିଭିନ୍ନ ଅଶଂ ଭାରତର ଅନେକ ସ୍ଥାନରେ ପଡ଼ିଥିଲା । ଅାଉ କାଙ୍ଗ୍ରାର ଏହି ସ୍ଥାନରେ ମାତା ସତୀଙ୍କର ଜିହ୍ଵା ପଡ଼ିଥିଲା । ସେହି ଜ୍ୱାହା ଅଗ୍ନୀ ସ୍ୱରୁପା ଭାବରେ ଏଠାରେ ଅାବିର୍ଭୁତ ହୋଇ ଉପାସିତ ହେଉଛନ୍ତି । ଭାବନ୍ତୁ ପୁଣି ପ୍ରକୃତିର ଅାଉ ଏକ ରହସ୍ୟରେ ଯୋଡ଼ି ହୋଇଗଲା ଇଶ୍ୱରୀୟ ସତ୍ତାର ଉପସ୍ଥିତି । ଏହି ଅଗ୍ନୀଶିଖା ଯେତେ ପ୍ରାକୃତିକ ବିପର୍ଯ୍ୟୟ ହେଲେ ମଧ୍ୟ କେବେ ଲିଭି ନାହିଁ । ଅାହୁରି ବିଶ୍ୱାସ ରହିଛି ଯେ ମହାଭାରତର ବର୍ଣ୍ଣନା ଅନୁସାରେ ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ଏଭଳି ଅଗ୍ନୀ ଶିଖା ପ୍ରଜ୍ୱଳିତ ହୋଇ ରହିଛି ।ତା ମଧ୍ୟରୁ କାଙ୍ଗ୍ରାର ଏହି ଜ୍ୱାଲାଜୀ ମନ୍ଦିର ଅନ୍ୟତମ ।  ଭାରତର ଅନେକ ସ୍ଥାନରେ ଜ୍ୱାଲା ଦେବୀ ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ହେଲେ କାଙ୍ଗ୍ରାର ଏହି ମନ୍ଦିର ନିହାତି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ମାତୃଶକ୍ତିର ଅଲୌକିକ ରୂପର ବିଶ୍ୱାସ ହିଁ ଜାଗ୍ରତ କରାଉଛି ।

କେଉଁ କେଉଁ କାଳରୁ ରହସ୍ୟମୟ ଭାବେ ଏକ ଅଗ୍ନିଶିଖା ଏପର୍ଯ୍ୟନ୍ତ ଜଳୁଛି । କୁହାଯାଏ ଏହି ଅଗ୍ନୀଶିଖା ହେଉଛି ମାତା ସତୀଙ୍କର ଜିହ୍ଵା ଏକ ଅଗ୍ନୀ ଶିଖା ଏତେ ବର୍ଷ ଧରି ଜଳୁଛି କିପରି ?  ଏହି ମନ୍ଦିରକୁ ଗଲେ ଦେଖିବେ ଏକ ଚାରକୋଣିଅା ମନ୍ଦିରର ଏକ କୋଣରେ ଏକ ଛୋଟ ଗୁମ୍ଫାରେ ଅହରହ ଜଲୁଛି ଏକ ଅଗ୍ନୀ ଶିଖା । ନିଅାଁ ବା ଅଗ୍ନୀ ପ୍ରଜ୍ୱଳନ କରିବା ପାଇଁ ଅାବଶ୍ୟକ ପଡ଼େ ତେଲ, ଘିଅ ଭଳି ପଦାର୍ଥ ହେଲେ ଏଠାରେ ସେପରି କିଛି ବି ଖିବାକୁ ମିଳେ ନାହିଁ । ଅାପେ ଅାପେ ଜଳୁଛି ଅଗ୍ନୀ ।ତାହା ପୁଣି ବର୍ଷବର୍ଷ ଧରି ।

କେମିତି ସମ୍ଭବ ଏହା ।ତା ହେଲେ ସତରେ କଣ ମାତା ସତୀଙ୍କର ଜିହ୍ଵା ଏଠାରେ ପ୍ରଜ୍ୱଳିତ ଅବସ୍ଥାରେ ଅଛି । ଏମିତି ଅନେକ କଥା ଭକ୍ତ ମନକୁ ଅାସିଲେ ମଧ୍ୟ ଶେଷରେ ବିଶ୍ୱାସର ସହ ମାତା ଜ୍ୱାଲାଜୀଙ୍କୁ ମନସ୍କାମନା ଜଣାଇଥାଏ ।

କୁହାଯାଏ ଜଣେ ଗାଇଅାଳ ଏହି ସ୍ଥାନରେ ପ୍ରତିଦିନ ଗାଇ ଚରାଇବା ବେଳେ ଦେଖେ ତାର ଗାଇର କ୍ଷୀର ଜଣେ ବାଳିକା ପିଇଦେଉଛି ଅାଉ ସେ ଏ ବିଷୟରେ ରାଜାଙ୍କୁ ଅବଗତ କରାଇଥିଲା ।

ରାଜା ପୂର୍ବରୁ ଜାଣିଥିଲେ ଯେ ଏହି ସ୍ଥାନରେ ସତୀ ମାତାଙ୍କର ଜିହ୍ଵା ପଡ଼ିଛି ହେଲେ ତାଙ୍କୁ ସେହି ସ୍ଥାନର  ଠିକଣା ଜଣା ନଥିଲା ତେଣୁ ସେ ଗାଇଅାଳର କଥା ଶୁଣି ସେହି ସ୍ଥାନକୁ ଠାବ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ରାଜା ଏଥିରେ ସଫଳ ହୋଇନଥିଲେ ହେଲେ କିଛି ବର୍ଷପରେ ଗାଇଅାଳ ଅାସି ଖବର ଦେଇଥିଲା ଯେ ଏକ ଗୁମ୍ଫାରେ ଏକ ଅଗ୍ନୀ ଶିଖା ଅହରହ ଜଳୁଛି । ଅାଉ ଯେହେତୁ ରାଜା ଅାଗରୁ ଜାଣିଥିଲେ ତେଣୁ ସେ ଗୁମ୍ଫା ନିକଟକୁ ଯାଇ ମାତା ଜ୍ୱାଲାଜୀଙ୍କୁ ଦର୍ଶନ କରିଥିଲେ । ଅାଉ ଏଠାରେ ଏକ ମନ୍ଦିର ମାତା ଜ୍ୱାଲାଜୀଙ୍କ ପାଇଁ ନିର୍ମାଣ କରିଥିଲେ । ବିଶ୍ୱାସ ଅନୁସାରେ ପାଣ୍ଡବ ମାନେ ଏହି ମନ୍ଦିରର ପରବର୍ତ୍ତୀ ସମୟରେ ପୁନଃନିର୍ମାଣ କରିଥିଲେ ।

କିମ୍ବଦନ୍ତୀ ସମ୍ବଳିତ ଏହାର ଏହାର ପ୍ରାଚୀନ ପରମ୍ପରା ତଥା ସଂସ୍କୃତିରେ ଭରି ରହିଛି ଅସଂଖ୍ୟ ପୌରାଣିକ କଥାବସ୍ତୁ । ଏହି କଥାବସ୍ତୁକୁ ନେଇ ଅନେକ ରହସ୍ୟ ଘେରି ରହିଥିବାର ଦେଖାଯାଏ । ସେହିପରି ଜ୍ୱାଲାଜୀଙ୍କ ଅଲୌକିକତାକୁ ନେଇ ରହିଛି ଅନେକ କାହାଣୀ ଓ ଲୋକକଥା ।

ଲୋକକଥା ଅନୁସାରେ ଧାନୁ୍ୟ ଭଗତ ନାମକ ଜଣେ ଭକ୍ତ ଜ୍ୱାଲାଜୀ ମାତାଙ୍କ ଦର୍ଶନ କରିବା ପାଇଁ ଦିଲ୍ଲୀରୁ ଅାସୁଥିଲେ । ଏହି ଖବର ମୋଗଲ ସମ୍ରାଟ ଅାକବରଙ୍କ ନିକଟରେ ପହଁଚିଥିଲା ଅାକବର ଧାନୁ୍ୟଭଗତକୁ ନିଜ ରାଜ ଦରବାରକୁ ଡକାଇ ମାତାଙ୍କ ଅଲୌକିକତା ବିଷୟରେ ପଚାରିଥିଲେ ଅାଉ ଭଗତ ମାତା ଖୁବ୍‌ ପ୍ରତ୍ୟକ୍ଷ ଓ ଭକ୍ତଙ୍କ ପ୍ରାର୍ଥନା ଶୁଣି ପାରନ୍ତି ବୋଲି କହିଥିଲେ । ଅାଉ ସମ୍ରାଟ ଅାକବର ମାତାଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ଭଗତଙ୍କ ଘୋଡ଼ାର ମୁଣ୍ଡ କାଟି ଦେଇଥି ଲେ । ଅାଉ ଭକ୍ତ ଭଗତଙ୍କୁ କହିଥିଲେ ଜ୍ୱାଲା ମାତାଙ୍କୁ ପ୍ରାର୍ଥନା କରି ଘୋଡ଼ାର ମୁଣ୍ଡ ଯୋଡ଼ି ଦେବା ପାଇଁ ।

ଧାନୁ୍ୟ ଭଗତ ଜ୍ୱାଲାଜୀଙ୍କ ନିକଟକୁ ଅାସି ପ୍ରାର୍ଥନା କରିଥିଲେ ।  ମାତା ତାଙ୍କ ପ୍ରାର୍ଥନା ଶୁଣିବାକୁ ଡେରି କରିବାରୁ ସେ ନିଜ ମୁଣ୍ଡ ମାତା ଜ୍ୱାଲାଜୀଙ୍କ ନିକଟରେ କାଟି ଦେଇଥିଲେ ।ଏହା ପରେ ସିଂହବାହିନୀ ମାତା ଭକ୍ତ ଭଗତଙ୍କୁ ଦର୍ଶନ ଦେଇଥିଲେ ।

ଅାଉ ଅାର୍ଶୀବାଦ ପ୍ରଦାନ କରି ଉଭୟ ଘୋଡ଼ା ଓ ଭକ୍ତଙ୍କର ମୁଣ୍ଡ ତାଙ୍କ ଶରୀରରେ ଯୋଡ଼ି ଦେଇଥିଲେ । ସେହିଦିନ ଠାରୁ ଜ୍ୱାଲାଜୀ ମାତା ନିଦେ୍ର୍ଦଶ ଅନୁସାରେ ଭକ୍ତ ମାନେ ନିଜ ମୁଣ୍ଡ ବଦଳରେ ନଡ଼ିଅା ଭୋଗ କରି ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଜ୍ୱାଲାଜୀଙ୍କୁ ପ୍ରାର୍ଥନା କରୁଛନ୍ତି ।

ଜ୍ୱାଲାଜୀ ମାତା ମନ୍ଦିର ଏବେବି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅାସ୍ଥା ଓ ବିଶ୍ୱାସର ପ୍ରତୀକ ପାଲଟିଛି । ଜ୍ୱାଲାଜୀ ମାତା ମନ୍ଦିର ରହସ୍ୟକୁ ଆଜି ପର୍ଯ୍ୟନ୍ତ କେହି ଉନ୍ମୋଚନ କରିପାରିନାହାନ୍ତି ।

Leave A Reply

Your email address will not be published.