Latest Odisha News

ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପ: ନୂତନ ଜାତୀୟ ରେକର୍ଡ ସ୍ଥାପନ କଲେ ଓଡିଶାର ଜ୍ୟୋତି

ଭୁବନେଶ୍ୱର: କାଜକସ୍ତାନରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ଜ୍ୟୋତି ୟାରାଜୀ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮.୧୬ ସେକେଣ୍ଡ ସମୟ ନେଇ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ପୂର୍ବରୁ ୬୦ ମିଟର ସ୍ପ୍ରିଂଟରେ ୭.୪୭ ସେକେଣ୍ଡ ସମରେ ରେସ ପୂରଣ କରିଥିବା ଜ୍ୟୋତି କିନ୍ତୁ ଫାଇନାଲକୁ ଉନ୍ନୀତ ହୋଇପାରି ନ ଥିଲେ । ୨୬ଜଣିଆ ଭାରତୀୟ ଦଳ ଏହି ଗସ୍ତରେ ଯାଇଛନ୍ତି ।

ସେମାନଙ୍କ ମଧ୍ୟରେ ଓଡିଶା ଏଚପିସିରୁ ଜାତୀୟ ରେକର୍ଡଧାରୀ ରୋଜି ମୀନା (ପୋଲ ଭଲ୍ଟ)ଙ୍କ ସମେତ ୫ଜଣ ଓ ଓଡିଶାର ରିଲାଏନ୍ସ ଏଚପିସିରୁ ଅମଲା ବେରଗୋହେନ, ଜ୍ୟୋତି ୟାରାଜୀ, ଏଲକ୍କିୟା ଦାସନ, ସପନା କୁମାରୀ ଓ ତେଜସ ସିର୍ସେ ଅଂଶଗ୍ରହଣ କରୁଛନ୍ତି ।

Comments are closed.