Latest Odisha News

BREAKING NEWS

କଂଗ୍ରେସକୁ ବଡ ଝଟକା; ଦଳରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ/ ଭୋପାଳ: କଂଗ୍ରେସକୁ ବଡ ଝଟକା । ମଧ୍ୟ ପ୍ରଦେଶର ରାଜ ପରିବାରରୁ ଆସୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଲେ ସିନ୍ଧିଆ ।

ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, “ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋ ଦେଶବାସୀ ଓ ରାଜ୍ୟବାସୀଙ୍କ ସେବା କରିବା ମୋର ସବୁବେଳେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଆସିଛି । ମୁଁ ବିଶ୍ୱାସ କରେ ଯେ, ଏହି ଦଳ ସହ ମୁଁ କାମ କରିବାକୁ ଅସମର୍ଥ । ଜନତା ଓ ମୋ କାର୍ଯ୍ୟକର୍ତ୍ତାଙ୍କ ହିତ ପାଇଁ ମୁଁ ଏକ ନୂଆ ଆରମ୍ଭ କରିବାକୁ ଯାଉଛି । ଦେଶର ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଁ କଂଗ୍ରେସ ଦଳର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।”

ସୂଚନାଯୋଗ୍ୟ, ଇସ୍ତଫା ଦେବା ପୂର୍ବରୁ ସିନ୍ଧିଆ ସକାଳୁ ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଓ ପରେ ଅମିତ ଶାହଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ।

Leave A Reply

Your email address will not be published.