Latest Odisha News

ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ ହେବେ କେ.ପି.ଶର୍ମା ଓଲି

ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ କେ.ପି.ଶର୍ମା ଓଲି ନିଯୁକ୍ତ।ନେପାଳ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଏହି ନିଯୁକ୍ତି ମିଳିଛି। ଓଲି ସୋମବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଶୁକ୍ରବାର ସଂସଦରେ ଆସ୍ଥାଭୋଟରେ ଜିତି ପାରିନଥିଲେ ପୁଷ୍ପ କମଲ ଦହଲ ପ୍ରଚଣ୍ଡ। ଫଳରେ ତାଙ୍କ ସରକାର ଭଙ୍ଗ ହୋଇଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଓଲି ୧୧ ଅକ୍ଟୋବର ୨୦୧୫ରୁ ୩ ଅଗଷ୍ଟ ୨୦୧୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

Comments are closed.