ନୂଆଦିଲ୍ଲୀ: ଭାରତର ନୂତନ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତ ହୋଇଛନ୍ତି ଆଇଏଏସ ଅଫିସର କେ ସଞ୍ଜୟ ମୂର୍ତ୍ତି । କେ ସଞ୍ଜୟ ମୂର୍ତ୍ତିଙ୍କୁ ନୂତନ ସିଏଜି ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ନଭେମ୍ବର ୨୧ରେ ନୂତନ ସିଏଜି ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ ମୂର୍ତ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଭାରତର ବର୍ତ୍ତମାନ ସିଏଜି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ନଭେମ୍ବର ୨୦ରେ ସମାପ୍ତ ହେଉଛି। ତାଙ୍କୁ ୨୦୨୦ରେ ସିଏଜିର ମୁଖ୍ୟ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଥିଲେ। ଏହା ପୂର୍ବରୁ ସେ ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ରାଜ୍ୟରେ ଉପରାଜ୍ୟପାଳ ରହିଥିଲେ। ବର୍ତ୍ତମାନ ସିଏଜି ଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ କେ ସଞ୍ଜୟ ମୂର୍ତ୍ତି।
୧୯୮୮ ବ୍ୟାଚ୍ ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇଏଏସ ଅଫିସର ମୂର୍ତ୍ତି ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଲୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟରତ। ଏହା ବ୍ୟତୀତ ସେ ସାରା ଦେଶରେ ଶିକ୍ଷାଗତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରେରିତ କରିବା ଦିଗରେ କାର୍ଯ୍ୟ କରୁଥିଲେ ।
Comments are closed.