Latest Odisha News

BREAKING NEWS

ଜୀବନ ହାରିଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ, କିଛିଦିନ ତଳେ ଜେରା କରିଥିଲା ପୋଲିସ

ରାଉରକେଲା: ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ଆତ୍ମହତ୍ୟା କରିଛନ୍ତି । ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ଜେରା କରିଥିଲା । ରଶ୍ମିରେଖାଙ୍କ ମୃତ୍ୟୁକୁ ଗ୍ରହଣ କରି ପାରିନଥିବା ସନ୍ତୋଷ ଶେଷରେ ଜୀବନ ହାରିଛନ୍ତି । ରାଉଲକେଲା ବାସନ୍ତୀ କଲୋନି ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ଗତ ଜୁନ୍ ୧୮ ତାରିଖ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳ ଭଡ଼ାଘରେ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ ।

ଏହି ମାମଲାରେ କମିଶନରେଟ ପୋଲିସ ସନ୍ତୋଷଙ୍କୁ ଜେରା କରିଥିଲା । ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ସନ୍ତୋଷଙ୍କୁ ଦୀର୍ଘ ସମୟ ଧରି ଥାନାରେ ପଚରାଉଚରା କରିଥିଲା ପୋଲିସ । ଏବେ ସନ୍ତୋଷ ଆତ୍ମହତ୍ୟା କରିବା ପରେ ମାମଲା ଭିନ୍ନ ମୋଡ଼ ନେଇଛି । କାହିଁକି, କଣ ପାଇଁ ସନ୍ତୋଷ ଆତ୍ମହତ୍ୟା କଲେ । ରଶ୍ମିରେଖା ମାମଲାର ତଦନ୍ତ କରୁଥିବା ପୋଲିସ ସନ୍ତୋଷ ଉପରେ ପକାଇଥିଲା କି ଚାପ ? ଏଭଳି ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ଉଦିତନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ରାଉରକେଲା ଏସପି ଓ ସାଇଣ୍ଟିଫିକ୍ ଟିମ୍‌ ତଦନ୍ତ କରିଛନ୍ତି । ସନ୍ତୋଷଙ୍କ ପାଖରୁ କୌଣସି ସୁଇସାଇଡ୍ ନୋଟ୍ କିମ୍ବା ଡାଏରୀ ମିଳିନଥିବା ସୂଚନା ଦେଇଛନ୍ତି ଏସପି ମୁକେଶ କୁମାର ଭାମୁ ।

Leave A Reply

Your email address will not be published.