Latest Odisha News

BREAKING NEWS

କାଳି ଫିଲ୍ମ ବିବାଦ: ନିର୍ଦ୍ଦେଶିକାଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କଲେ ଦିଲ୍ଲୀ କୋର୍ଟ

ଦିଲ୍ଲୀ: ଥମୁନି ‘କାଳି’ ଫିଲ୍ମ ବିବାଦ। ଏହାକୁ ନେଇ ତୀବ୍ର ବିରୋଧ ହେବା ପରେ ମାମଲା ଥାନା ପରେ ଏବେ କୋର୍ଟରେ ପହଞ୍ଚିଛି। ଘଟଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ନିର୍ଦ୍ଦେଶିକା ଲୀନା ମଣିମେକଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି। ଦେବୀ କାଳିଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ କରିବା ଅଭିଯୋଗରେ କୋର୍ଟ ତାଙ୍କୁ ଏ ନୋଟିସ୍ କରିଛନ୍ତି। ଏହା ପୂର୍ବରୁ ଲୀନାଙ୍କ ବିରୋଧରେ ଥାନାରେ ମାମଲା ହୋଇଛି।

ଅଭିଯୋଗ ଅନୁସାରେ, ଫିଲ୍ମର ପୋଷ୍ଟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ବେଳେ ନୈତିକତା ଭଦ୍ରତାର ବିରୋଧାଭାସ କରୁଛି। ଯାହାକୁ ଲୀନା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଟ୍ୱିଟ୍ କରିଛନ୍ତି। କୋର୍ଟ ଏହି ମାମଲାକୁ ଗ୍ରହଣ କରିଛନ୍ତି। ଏନେଇ ଅଗଷ୍ଟ ୬ ତାରିଖରେ ମାମଲାର ଶୁଣାଣି ହେବ।

ଦେବୀ କାଳିଙ୍କୁ ସିଗାରେଟ୍ ପିଉଥିବାର ଚିତ୍ରଣ  ହିନ୍ଦୁ ଧର୍ମ ସହ ଜଡିତ ଲୋକଙ୍କ ଭାବନା କ୍ଷତିଗ୍ରସ୍ତ ହୋଇଛି। ଏନେଇ ସୋସିଆଲ୍‌ ମିଡିଆରେ ବିବାଦ ଉପୁଜିଛି। ଏଥିରେ ମା’ କାଳୀଙ୍କୁ ଅପମାନିତ କରାଯାଇଛି । ଦେବୀଙ୍କୁ ଏକ ଆପତ୍ତିଜନକ ସ୍ଥିତିରେ ଦେଖାଇବା ପାଇଁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଲୀନାଙ୍କୁ ବିଦ୍ରୋହ କରୁଛନ୍ତି ।

ପୋଲିସ୍ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଟ୍ୟାଗ୍ କରି ଏହାକୁ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ଅନେକ ଲୋକ ଫିଲ୍ମ ନିର୍ମାତାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି।

 

Leave A Reply

Your email address will not be published.