Latest Odisha News

BREAKING NEWS

ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଜୟପୁର: ଦିନକୁ ଦିନ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବଢ଼ି ଚାଲିଛି । ଘରୋଇ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଛି କଂଗ୍ରେସ । ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳୀନି ରଥଙ୍କ ଆହ୍ୱାନରେ ସଂଖ୍ୟାଧିକ କଂଗ୍ରେସ କର୍ମୀ ଓ ନେତା ଗ୍ୟାସ୍ ସିଲିଣ୍ଡର ଧରି ବିକ୍ଷୋଭ କରିଥିଲେ ।

ରନ୍ଧନ ଗ୍ୟାସ୍ ସିଲିଣ୍ଡରର ଅହେତୁକ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିଲେ । ଏହି ବିକ୍ଷୋଭରେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ଭଗବାନ ବାହିନୀପତି, ବିନୋଦ ମହାପାତ୍ର, ଜିଲ୍ଲା ଯୁବ ସଭାପତି ସୁକାନ୍ତ ପଟ୍ଟନାୟକ, ଅଜିତ ସାମନ୍ତରାୟ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ, ରାମ ନାୟକଙ୍କ ସହ କାଉନିସଲର ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.