ନୂଆଦିଲ୍ଲୀ: ଯେତେବେଳେ ମୁସଲିମଙ୍କ ଧର୍ମଗୁରୁ ତଥା ଭଗବାନ ପ୍ରୋଫେଟ ମହମ୍ମଦକୁ ନେଇ ନୂପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେବା ପରେ ସାରା ଦେଶରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେତେବେଳେ ହିନ୍ଦୁ ଧର୍ମର ଦେବୀ ମା’ କାଳୀ ସିଗାରେଟ୍ ଟାଣୁଥିବାର ଏକ ସିନେମା ପୋଷ୍ଟରକୁ ନେଇ ବିବାଦ ଜାରି ରହିଛି। ମଙ୍ଗଳବାର ଏହି ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି ମହୁଆ ମୈତ୍ର । ଯିଏକି ଟିଏମସିର ରାଜ୍ୟସଭା ସାଂସଦ।
ମହୁଆ ମୈତ୍ର ‘ଇଣ୍ଡିଆ ଟୁ଼ଡେ’ ନ୍ୟୁଜ ଚ୍ୟାନେଲର କନକ୍ଲେଭରେ ଯୋଗ ଦେଇ ସେ କହିଛନ୍ତି, ମା’ କାଳୀ ମୋ ପାଇଁ ମାଂସାହାରୀ, ଆଲକହଲ ଗ୍ରହଣ କରୁଥିବା ତଥା ମଦ ପିଉଥିବା ଜଣେ ଦେବୀ। ତେମୁ ତୁମ ଦେବୀଙ୍କ କେମିତି କଳ୍ପନା କରୁଛ ତାହା ଭାବିବାର ସ୍ୱାଧୀନତା ରହିଛି। ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ଭଗବାନଙ୍କୁ ହ୍ୱିସ୍କି (ନିଶା ଦ୍ରବ୍ୟ) ଅର୍ପଣ କରାଯାଏ ଏବଂ ଆଉ କିଛି ସ୍ଥାନରେ ଏପରି ଅର୍ପଣ କରିବା ନିନ୍ଦନୀୟ ।
ସିକିମରେ ଦେବୀ କାଳୀଙ୍କୁ ହ୍ୱିସ୍କି ଅର୍ପଣ କରନ୍ତି। କିନ୍ତୁ ଉତ୍ତର ପ୍ରଦେଶରେ ଜଣେ ଯଦି ମା କାଳୀଙ୍କୁ ‘ପ୍ରସାଦ’ ଭାବରେ ହ୍ୱିସ୍କି ଅର୍ପଣ କରନ୍ତି, ତେବେ ସେଠାରେ ସେ ନିନ୍ଦିତ ହେବେ ବୋଲି ମୌତ୍ର କହିଛନ୍ତି।
ନିକଟରେ ଦେବୀ କାଳୀଙ୍କୁ ସିଗାରେଟ୍ ଟାଣୁଥିବାର ଏକ ସିନେମା ପୋଷ୍ଟରକୁ ନେଇ ଉଠିଥିବା ବିବାଦ ଉପରେ ନିଜର ମତ ରଖିବାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ମୈତ୍ର ଏହା କହିଛନ୍ତି।
ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ପୋଷ୍ଟରକୁ ହିନ୍ଦୁ ଦେବୀଙ୍କ ପ୍ରତି ଅପମାନ ଏବଂ ଧାର୍ମିକ ଭାବନାକୁ ଆଘାତ ବୋଲି କହିଛନ୍ତି। ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇ ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ବିବାଦ ଦେଖାଦେଇଛି। ଏହି ପୋଷ୍ଟରରେ ଦେବୀ କାଳୀଙ୍କ ବେଶଭୂଷାରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି। ଫଟୋରେ ସେ ସିଗାରେଟ୍ ଟାଣୁଥିବାର ନଜର ଆସୁଛନ୍ତି।
Comments are closed.