Latest Odisha News

BREAKING NEWS

୧୫ ବର୍ଷ ପରେ ଇଂଲଣ୍ଡରେ ଭାରତର ଟେଷ୍ଟ ସିରିଜ ଜିତିବା ସ୍ୱପ୍ନ ଧୂଳିସାତ

ବର୍ମିଂହାମ: ୧୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତୀୟ କ୍ରିକେଟ ଦଳର ଟେଷ୍ଟ ସିରିଜ ଜିତିବା ଆଶା ଧଳିସାତ ହୋଇଛି । ଏଠାରେ ଅନୁଷ୍ଠିତ ୫ମ ଟେଷ୍ଟରେ ଭାରତ ବିପକ୍ଷରେ ଇଂଲଣ୍ଡ ଐତିହାସିକ ବିଜୟ ହାସଲ କରିଛି । ୩୭୮ ରନର ବଡ ଟାର୍ଗେଟକୁ ଘରୋଇ ଦଳ ମାତ୍ର ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଜୋ ରୁଟ (୧୪୨ ନଟଆଉଟ) ଓ ଜନୀ ବେୟାରଷ୍ଟୋ (୧୧୪ ନଟଆଉଟ) ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ବିଜୟ ଯୋଗୁ ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି । ଜବରଦସ୍ତ ଫର୍ମରେ ଥିବା ରୁଟ ଚଳିତ ବର୍ଷ ୪୭ ଇନିଂସରେ ୧୧ ଶତକ ହାସଲ କରିଛନ୍ତି । ଭାରତ ବିପକ୍ଷରେ ଏହା ତାଙ୍କର ୯ମ ଶତକ । ପ୍ରଥମ ଥର ପାଇଁ ୩୫୦ ରନର ଟାର୍ଗେଟ ଦେଇ ଭାରତ ମ୍ୟାଚ ହାରିଛି ।

ଜୋ ରୁଟ ମ୍ୟାନ ଅଫ ଦି ସିରିଜ ଓ ବେୟାରଷ୍ଟୋ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେ ୨ଟି ଯାକ ଇନିଂସରେ ଶତକ ହାସଲ କରିଥିଲେ । ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଏତେ ବାଟ ଟାର୍ଗେଟ ଚେଜ କରି ଜିତିଛି । ଭାରତ ପ୍ରଥମ ଇନିଂସରେ ୪୧୬ ରନ କରିଥିଲା ଏହାର ଜବାବରେ ଇଂଲଣ୍ଡ ୨୮୪ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ୨୪୫ ରନରେ ଅଲଆଉଟ ହେବା ଫଳରେ ଇଂଲଣ୍ଡ ସମ୍ମୁଖରେ ୩୭୮ ରନର ଟାର୍ଗେଟ ରହିଥିଲା । ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଏହି ମ୍ୟାଚରେ ଆକର୍ଷଣୀୟ ଶତକ ହାସଲ କରିଥିଲେ ।

Leave A Reply

Your email address will not be published.