Latest Odisha News

BREAKING NEWS

୮ ତାରିଖରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ସାଂସଦ, ବିଧାୟକମାନଙ୍କୁ ଭେଟିବେ ମୁର୍ମୁ । ପୂର୍ବରୁ ଦ୍ରୌପଦୀ ମୁର୍ମୁ ବିହାର, ଝାଡ଼ଖଣ୍ଡ, ତାମିଲନାଡୁ, ତେଲଙ୍ଗାନା ଆଦି ରାଜ୍ୟ ଗସ୍ତ କରିଥିବା ବେଳେ ଓଡ଼ିଶା ଆସୁଛନ୍ତି । ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଏପରିକି ନାମାଙ୍କନ ବେଳେ ନବୀନଙ୍କ କ୍ୟାବିନେଟର ୨ ଜଣ ମନ୍ତ୍ରୀ ନୂଆଦିଲ୍ଲୀରେ ଉପସ୍ଥିତ ଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିବା ନେଇ ନବୀନ ଘୋଷଣା କରିଥିବା ବେଳେ ପାର୍ଟି ପାଇଁ ମାଟିର ଝିଅକୁ ମୁହଁ ମୋଡ଼ିଛି କଂଗ୍ରେସ ।

ତେବେ ଓଡ଼ିଶା ଗସ୍ତ ବେଳେ ଦ୍ରୌପଦୀ ମୁର୍ମୁ ବିଜେପି, ବିଜେଡି ସହ କଂଗ୍ରେସ ବିଧାୟକଙ୍କୁ ଭେଟି ଭୋଟ୍ ମାଗିବେ । ଦ୍ରୌପଦୀ ମୁର୍ମୁ ଏନଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା ।

Leave A Reply

Your email address will not be published.