Latest Odisha News

ପାକିସ୍ତାନରୁ ଦୀର୍ଘ ୩୫ ବର୍ଷ ପରେ ସ୍ୱତନ୍ତ୍ର ବିମାନ ଯୋଗେ କାମ୍ବୋଡିଆରେ ପହଞ୍ଚିଲା ‘କାଭାନ୍’

ନୂଆଦିଲ୍ଲୀ: ପାକିସ୍ତାନର ପ୍ରାଣୀ ଉଦ୍ୟାନରେ ଦୀର୍ଘ ସମୟ ବିତାଇବା ପରେ ‘କଭାନ୍’ ନାମୀ ହାତୀ ଋଷିଆର ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନ ଯୋଗେ କାମ୍ବୋଡିଆରେ ପହଞ୍ଚିଛି। ବିମାନ ବନ୍ଦରରେ କାମ୍ବୋଡିଆରେ ପହଞ୍ଚିବା ପରେ ସ୍ୱାଗତ କରିବା ପାଇଁ ଆମେରିକୀୟ ଗାୟକ ଚେର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ କଭାନ ସହ ଭ୍ରମଣକାରୀ ଦଳକୁ ମଧ୍ୟ ଭେଟିଥିଲେ।

ଉଲ୍ଲେଖ ଥାଉ କି, ପାକିସ୍ତାନ ସରକାରଙ୍କୁ ଶ୍ରୀଲଙ୍କା ୧୯୮୫ରେ କଭାନ ନାମୀ ଏକ ହାତୀକୁ ଉପହାର ଦେଇଥିଲା। ସେ ସମୟରେ କଭାନ୍‌କୁ ୧ ବର୍ଷ ହୋଇଥିଲା। ୨୦୧୨ରେ ତା ସାଥୀ ହାତୀର ମୃତ୍ୟୁ ପରେ କଭାନ୍ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲା। ପଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ସମେତ ଅନେକ ଦିଗ୍‌ଗଜ ବ୍ୟକ୍ତି ବିଶେଷ ପାକିସ୍ତାନରୁ କଭାନ୍‌ର ଉଦ୍ଧାର ପାଇଁ ପ୍ରଚାର କରିଥିଲେ।

Comments are closed.