Latest Odisha News

BREAKING NEWS

ଶସ୍ୟ ସଙ୍କଟ ଦେଇ ଗତି କରୁଛି ଚାଇନା‌; ପ୍ରଥମ ଥର ପାଇଁ ଭାରତରୁ ଚାଉଳ କ୍ରୟ କରିଛି ଚୀନ୍‌

ନୂଆଦିଲ୍ଲୀ: ଚୀନ୍ ବର୍ତ୍ତମାନ ଏକ ଶସ୍ୟ ସଙ୍କଟ ଦେଇ ଗତି କରୁଛି। ପ୍ରାୟ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍ ଭାରତରୁ ଚାଉଳ ଆମଦାନୀ ଆରମ୍ଭ କରିଛି। ଭାରତୀୟ ଶିଳ୍ପ ଅଧିକାରୀମାନେ ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ ଖାଦ୍ୟ ଶସ୍ୟ ଯୋଗାଣ ହ୍ରାସ ହେବା ପରେ ଏବଂ ଭାରତ ଦ୍ୱାରା ମୂଲ୍ୟ ରିହାତି ଦିଆଯିବା ପରେ ଏହା କରାଯାଇଥିଲା।

ଭାରତ ହେଉଛି ବିଶ୍ୱର ସର୍ବବୃହତ ଚାଉଳ ରପ୍ତାନୀକାରୀ ଦେଶ ହୋଇଥିବାବେଳେ ଚୀନ୍ ସବୁଠାରୁ ବଡ ଆମଦାନୀକାରୀ। ବେଜିଂ ବାର୍ଷିକ ପ୍ରାୟ ୪ ନିୟୁତ ଟନ୍ ଚାଉଳ ଆମଦାନୀ କରେ କିନ୍ତୁ ଗୁଣାତ୍ମକ ସମସ୍ୟା ଦର୍ଶାଇ ଏହାକୁ ଭାରତରୁ କିଣିବାକୁ ଏଡ଼ାଇ ଆସୁଛି। ଏଭଳି ପରିସ୍ଥିତିରେ ଚୀନ୍ ଭାରତରୁ ଚାଉଳ କିଣିବା ପାଇଁ ଏହି ନିଷ୍ପତ୍ତି ନେଇଛି ଯେଉଁ ସମୟରେ ସୀମା ବିବାଦ କାରଣରୁ ଦୁଇ ଦେଶ ମଧ୍ୟରେ ପୂର୍ବ ଲଦାଖର ଅବସ୍ଥା ଅତ୍ୟନ୍ତ ତିକ୍ତ ହୋଇ ରହିଛି।

ଚାଉଳ ରପ୍ତାନି ସଂଘର ସଭାପତି ବିଭି କୃଷ୍ଣ ରାଓ କହିଛନ୍ତି- “ଚୀନ୍ ପ୍ରଥମ ଥର ପାଇଁ ଚାଉଳ କ୍ରୟ କରିଛି। ଭାରତୀୟ ଶସ୍ୟର ଗୁଣବତ୍ତା ଦେଖି ସେ ଆସନ୍ତା ବର୍ଷରେ ଅଧିକ କିଣି ପାରିବେ। ” ଶିଳ୍ପ ଅଧିକାରୀ କହିଛନ୍ତି ଯେ ଭାରତୀୟ ବ୍ୟବସାୟୀମାନେ ଡିସେମ୍ବର-ଫେବୃଆରୀ ପାଇଁ ଟନ୍ ପିଛା ୩ ହଜାର ଟଙ୍କା ହାରରେ ୧ ଲକ୍ଷ ଟନ୍ ଚାଉଳ ରପ୍ତାନି କରିବାକୁ ଚୁକ୍ତି କରିଛନ୍ତି।

ଭାରତୀୟ ବାଣିଜ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚୀନ୍‌ର ପାରମ୍ପାରିକ ଚାଉଳ ଯୋଗାଣକାରୀ ଦେଶ ଯେପରିକି ଥାଇଲ୍ୟାଣ୍ଡ, ଭିଏତନାମ, ମିଆଁମାର ଏବଂ ପାକିସ୍ଥାନ ରପ୍ତାନି ପାଇଁ ସୀମିତ ପରିମାଣର ଧାନ ରଖିଛନ୍ତି ଏବଂ ଭାରତ ତରଫରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟଠାରୁ ଟନ୍ ପିଛା ୩୦ ଡଲାର ଅଧିକ ଦାବି କରୁଛନ୍ତି। ହୁଁ।

Leave A Reply

Your email address will not be published.