Latest Odisha News

BREAKING NEWS

୨୦୨୦ ବର୍ଷର ଶ୍ରେଷ୍ଠ ଶବ୍ଦ ‘ପାନ୍‌ଡେମିକ୍’‌

ନୂଆଦିଲ୍ଲୀ: ଇଂରାଜୀ ଭାଷା ଆମେରିକୀୟ ଅନ୍‌ଲାଇନ୍‌ ଅଭିଧାନ ମେରିୟମ୍-ୱେବଷ୍ଟର୍ ‘ପାନ୍‌ଡେମିକ୍‌’ ଚଳିତ ବର୍ଷର ସର୍ବାଧିକ ବ୍ୟବହୃତ ଶବ୍ଦ ଭାବେ ଗୋଷଣା କରିଛି ଅର୍ଥାତ୍‌ ଉକ୍ତ ଶବ୍ଦକୁ ୨୦୨୦ର ୱାର୍ଡ ଅଫ୍‌ ଦ ଇୟର୍‌ ଭାବେ ନାମିତ କରିଛି। ତାଙ୍କ କହିବାନୁସାରେ, ୨୦୨୦ରେ ସର୍ବାଧିକ ବ୍ୟବହୃତ ହେତୁ ‘ପାନ୍‌ଡେମିକ୍‌’ ବର୍ଷର ଶ୍ରେଷ୍ଠ ଶବ୍ଦ ହୋଇଛି।

ଗତ ମାର୍ଚ୍ଚରେ ଏହି ଶବ୍ଦଟି ସ୍ୱତନ୍ତ୍ର ହୋଇଗଲା ଯେତେବେଳେ କରୋନା ଭୂତାଣୁ ସଙ୍କଟକୁ ବିଶ୍ୱ ମହାମାରୀ ମାନ୍ୟତା ଦିଆଗଲା। କିନ୍ତୁ ଏହି ଶବ୍ଦଟି ଜାନୁଆରୀରୁ ହିଁ ଅଭିଧାନ ମେରିୟମ୍-ୱେବଷ୍ଟର୍ ଡଟ୍ କମ୍ରେ ଟ୍ରେଣ୍ଡ୍‌ କରିବା ଆରମ୍ଭ କରିଥିଲା। ମାର୍ଚ୍ଚ ୧୧ ତାରିଖରେ ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୋଭେଲ କରୋନା ଭୂତାଣୁ ବିଶ୍ୱ ମହାମାରୀ ବୋଲି ଘୋଷଣା କଲା, ହଠାତ୍ ଏହି ଶବ୍ଦର ସନ୍ଧାନରେ ବୃଦ୍ଧି ଘଟିଲା।

Leave A Reply

Your email address will not be published.