Latest Odisha News

BREAKING NEWS

ବିପ୍ଲବୀ କବି ରବି ସିଂଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିପ୍ଲବୀ କବି ରବି ସିଂଙ୍କ ପରଲୋକରେ ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ସଭାପତି ପ୍ରଦୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ଏବଂ କବିତା ପଠୋତ୍ସବ ହୋଇଯାଇଛି ।

ଏଥିରେ କବି ହେମଚନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, କବି ସୂର୍ଯ୍ୟ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ଯଶୋବନ୍ତ ଚାନ୍ଦ, ସମୀର କୁମାର ପ୍ରଧାନ, ସୁରେଶ କୁମାରଜେନା, କବି ଅଧ୍ୟାପିକା ସଂଘମିତ୍ରା ମହାପାତ୍ର, କବି ମିନତୀ ମହାପାତ୍ର, ଅଧ୍ୟାପିକା ସୌଦାମିନୀ ବେହେରା, ରୋହିତ କୁମାର ଚମ୍ପତ୍ତି, ବର୍ଷାରାଣୀ ପଲେଇ, ହିମାଂଶୁ କୁମାର ପଲେଇ, ଶୁଶାନ୍ତ କୁମାର ସାହୁ, ଜିଲେନ୍ ସାହୁ, ଜିତେନ୍ଦ୍ର ମହାପାତ୍ର, ଶ୍ରୀତମ ଦାସ ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ କବି ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

ସଭା ଶେଷରେ ସମ୍ପାଦକ କଣ୍ଡୁରୀ ଚରଣ ଦାସ ଧନ୍ୟବାଦ ଦେଇ ସଭା ସାଙ୍ଗ ହୋଇଥିଲା ।

Comments are closed.