Latest Odisha News

BREAKING NEWS

ପଂଜାବ ମୋହାଲିରେ ଭୁଶୁଡିଲା ୩ ମହଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି

ପଂଜାବ: ପଂଜାବ ମୋହାଲିର ଖରଡ-ଲାଣ୍ଡରା ରୋଡରେ ବଡ ଧରଣ ଦୁର୍ଘଟଣା ଘଟିଛି । ଏକ ୩ ମହଲା କୋଠା ଭୁଶୁଡି ପଡିଛି । ଫଳରେ ଅନେକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସର କହିବା ଅନୁଯାୟୀ, ଖରଡ-ଲାଣ୍ଡରା ରୋଡ୍‌ରେ ଏକ ବିଲ୍ଡିଂରେ ଫାଉଣ୍ଡେସନ୍ ଖୋଳିବା କାମ ଚାଲିଥିଲା । ସେତେବେଳେ ବିଲ୍ଡିଂଟି ଭୁଶୁଡି ପଡିଥିବା ଜଣାପଡିଛି ।

ଉକ୍ତ ସ୍ଥାନରେ ଏନ୍‌ଡିଆର୍‌ଏଫ୍ ଟିମ୍ ଓ ଉଦ୍ଧାରକାରୀ ଦଳ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ୨ ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୬ରୁ ୭ ଜଣ ଫସି ରହିଥିବା ଜଣାପଡିଛି । ସେପଟେ ୧୦ରୁ ୧୨ ଜେସିବି ମେସିନ୍‌କୁ ଭଗ୍ନାବଶେଷରୁ ହଟାଯାଇଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି ।

Leave A Reply

Your email address will not be published.