ଭବାନୀପାଟଣା: ୨୪ତମ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୧୯’ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ଉଦଘାଟନ କରିଥିଲେ।
ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ କବି ନରେନ୍ଦ୍ର କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଥାକାର ସୁକାନ୍ତ ସାହୁ, ‘ସାହିତ୍ୟ କଥା’ର ସମ୍ପାଦକ ସକିତ ରତେ, କବି ସମ୍ମିଳନୀ ଉପସମିତିର ଆବାହକ ସତ୍ୟନାରାୟଣ ମୁଣ୍ଡଛିନା, ସହକାରୀ ଜିଲ୍ଲାପାଳ ଶଙ୍କର ବାଗ ପ୍ରମୁଖ ମଂଚାସୀନ ଥିଲେ। କବି ସମ୍ମିଳନୀ ଉପସମିତିର ଅଧ୍ୟକ୍ଷ ଡ. ତପନ କୁମାର ରଥ ସଭାପତିତ୍ୱ କରିଥିବା ବେଳେ ଯୁଗ୍ମାଧ୍ୟକ୍ଷ ସନ୍ତୋଷ କୁମାର ରଥ ମଂଚ ପରିଚାଳନା କରିଥିଲେ। ଉପସମିତିର ସଦସ୍ୟ ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲାର କବିମାନଙ୍କ ଚୟନିତ କବିତାର ବାର୍ଷିକ ସଂକଳନ ‘ନିଶାନ୍’ ଉନ୍ମୋଚିତ ହୋଇଥିଲା। କବି ହେମନ୍ତ ସାହୁ, ଡିଲେଶ୍ୱର ରଣା, ସୁଶୀଲ କୁମାର ବାଗ, ନଳିନୀକାନ୍ତ ଦାଶ, ଅର୍ଜୁନ ଗୋପାଳ, ମାନସ ପଣ୍ଡା, ସୁମତି ମୁଣ୍ଡ ଓ ଲିପ୍ସାମୟୀ ଦୁବେ କବିତା ସଂଯୋଜନା କରିଥିଲେ। ଏଥିରେ ଉପସମିତିର ସଦସ୍ୟ ଜୟଦ୍ରଥ ସୁନା, ଯାଦବେନ୍ଦ୍ର ସାହା, ବିଶ୍ୱରଂଜନ ପଣ୍ଡା, ସୁମିତା ପଟ୍ଟନାୟକ ଓ କଳ୍ପନା ରଥ ସହଯୋଗ କରିଥିଲେ। ଜିଲ୍ଲାର କୋଣଅନୁକୋଣରୁ ଶତାଧିକ କବି କବିତା ପାଠ କରିଥିଲେ।
Comments are closed.