Latest Odisha News

BREAKING NEWS

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ,ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୨୦୨୧ ଓ ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର କାଳିଚରଣ ଯୁବପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ,ସଙ୍ଗୀତ, ନାଟକ ଓ ଲୋକ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳାକାର ସାଧକମାନଙ୍କର ଆଜୀବନ ସାଧନା ପାଇଁ ଏହି ସମ୍ମାନ ପ୍ରଦାନ ଉତ୍ସବ ହୋଇଥିଲା । ଏହି ଉତ୍ସବରେ ଓଡିଶୀ ସଂଗୀତ କ୍ଷେତ୍ରରେ ଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ପାଲା ପରିବେଷଣ ପାଇଁ ଗାୟକ ଶ୍ରୀ ଜଗନ୍ନାଥ ବେହେରାଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଛି ।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରାପ୍ତ ପ୍ରତିଭା ଦ୍ୱୟଙ୍କୁ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି ।

 

ସେହିପରି ୨୦୨୧ ବର୍ଷ ଅଭିନୟ ପାଇଁ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ବିନାୟକ ମିଶ୍ର ଓ ମନୋରମା ମହାନ୍ତି, ନାଟ୍ୟ ରଚନା ପାଇଁ ଡଃ. ବିଜୟ କୁମାର ଶତପଥୀ, ନିର୍ଦ୍ଦେଶନା ପାଇଁ ନବୀନ କୁମାର ପରିଡା, ମଞ୍ଚକଳା କ୍ଷେତ୍ରରେ ଶରତ କୁମାର ମହାନ୍ତି , ଲୋକ ସଂଗୀତ କ୍ଷେତ୍ରରେ ବିଭୂତି ଭୂଷଣ ପଟ୍ଟନାୟକ, ଲୋକବାଦ୍ୟ ପାଇଁ ମୂରଲୀଧର ବେହେରା, ଲୋକନୃତ୍ୟ ପାଇଁ ବେଟିଖାଇ ବରିହା, ଗୋପୀନାଥ ସ୍ୱାଇଁ(ଲୋକନାଟ୍ୟ), ଯନ୍ତ୍ର ସଂଗୀତ (ଆନଦ୍ଧ ତାଳ) ପାଇଁ ଜନାର୍ଦ୍ଧନ ଦାଶ, ଯନ୍ତ୍ର ସଂଗୀତ(ତାରବାଦ୍ୟ ଏବଂ ସୁଶୀର ବାଦ୍ୟ) କ୍ଷେତ୍ରରେ କେ.ଭୁବନେଶ୍ୱରୀ, ଓଡିଶୀ ନୃତ୍ୟ ପାଇଁ ବିଚିତ୍ରାନନ୍ଦ ସ୍ୱାଇଁ, ଡଃ. ସଂଗୀତା ଗୋସାଇଁ(ଓଡିଶୀ କଣ୍ଠ ସଂଗୀତ ପାଇଁ), ସୁନନ୍ଦା ପଟ୍ଟନାୟକ ସମ୍ମାନ(ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ) ପାଇଁ ମିତାଲି ଚିନାରା, ଦେବାଶିଷ ମହାପାତ୍ର ( ସୁଗମ ସଂଗୀତ କ୍ଷେତ୍ରରେ ) ଙ୍କୁ ପ୍ରଦାନ କରାଯାଇଛି ।

୨୦୨୨ ପାଇଁ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି – ଶଙ୍କର ପ୍ରସାଦ ବସୁ ମଲ୍ଲିକ ଓ ପ୍ରଦୀପ କୁମାର ପଣ୍ଡା , ନାଟ୍ୟ ରଚନା ପାଇଁ ଅଶୋକ କୁମାର ବହିଦାର, ନିର୍ଦ୍ଦେଶନା ପାଇଁ ରମେଶ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର କୁମାର ଅମାତ( ମଞ୍ଚକଳା), ସୁବାସ ଚନ୍ଦ୍ର ରାମ(ଲୋକ ସଂଗୀତ), ପ୍ରଦୀପ କୁମାର ସିଂହ(ଲୋକବାଦ୍ୟ), ଜୟକୃଷ୍ଣ ନାୟକ( ଲୋକନୃତ୍ୟ), ରସିକ ସାହୁ(ଲୋକନୃତ୍ୟ), ଅଜୟ କୁମାର ଚୈାଧୁରୀ(ଯନ୍ତ୍ର ସଂଗୀତ,ଆନଦ୍ଧ ବାଦ୍ୟ), ଅଭିରାମ ନନ୍ଦ(ଯନ୍ତ୍ର ସଂଗୀତ-ତାରବାଦ୍ୟ ଓ ସୁଶୀର ବାଦ୍ୟ), ଡଃ. ମନୋରଞ୍ଜନ ପ୍ରଧାନ(ଓଡିଶୀ ନୃତ୍ୟ),ସୁକାନ୍ତ କୁମାର କୁଣ୍ଡୁଙ୍କୁ ଓଡିଶୀ କଣ୍ଠ ସଂଗୀତ, ଅନିନ୍ଦିତା ଦାସ( ସୁନନ୍ଦା ପଟ୍ଟନାୟକ ସମ୍ମାନ(ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ) ଏବଂ ପ୍ରଶାନ୍ତ ପାଢୀଙ୍କୁ ସୁଗମ ସଂଗୀତ ପାଇଁ ପୁରସ୍କୃତ କରାଯାଇଛି । ଏକାଡେମୀ ପୁରସ୍କାର ପ୍ରାପ୍ତ ସମସ୍ତ କକାକାରମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି ୨୦୨୧ ବର୍ଷ ପାଇଁ ସଂଗୀତ କ୍ଷେତ୍ରରେ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପାଇଛନ୍ତି ରାମଚନ୍ଦ୍ର ବେହେରା ( ଯନ୍ତ୍ର ସଂଗୀତ ମର୍ଦ୍ଦଳ), ନୃତ୍ୟ କ୍ଷେତ୍ରରେ ରାହୁଳ ଆଚାର‌୍ୟ୍ୟ (ଓଡିଶୀ ନୃତ୍ୟ) ଓ ନାଟକ କ୍ଷେତ୍ରରେ ଶ୍ରୀ ନଳିନୀ ନୀହାର ନାୟକ(ନିର୍ଦ୍ଦେଶନା)। ଲୋକନୃତ୍ୟ ଓ ଲୋକନାଟ୍ୟ କ୍ଷେତ୍ରରେ ଶ୍ରୀ ଏସ୍ କ୍ଷୀରୋଦ ଦୋରା( ଲୋକନୃତ୍ୟ-ପଶୁମୁଖା), ଲୋକଗୀତ ଓ ଲୋକବାଦ୍ୟ ପାଇଁ ଶ୍ରୀ ଅଶ୍ୱିନୀ କୁମାର ପଟେଲ(ଲୋକବାଦ୍ୟ) । ସେହିପରି ୨୦୨୨ ବର୍ଷ ପାଇଁ ସଂଗୀତ କ୍ଷେତ୍ରରେ ବ୍ରଜେଶ ପଦ ପଣ୍ଡା( ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ), ବିଶ୍ୱଜିତ୍ ଦାସ( ଓଡିଶୀ ନୃତ୍ୟ) , ନାଟକ(ଅଭିନୟ) ପାଇଁ ଆଦର୍ଶ କୁମାର ଦାସ ଏବଂ ଲୋକକଳା ଓ ଲୋକନାଟ୍ୟ କ୍ଷେତ୍ରରେ ଜୟନ୍ତୀ ଦୀପ(ଲୋକନୃତ୍ୟ), ଲୋକ ଗୀତ ଓ ଲୋକ ବାଦ୍ୟ ପାଇଁ ନିଳାଚଳ ପାନ(ଲୋକଗୀତ)ଙ୍କୁ କବିଚନ୍ଦ୍ର କାଳି ଚରଣ ଯୁବ ପ୍ରତିଭା ସମ୍ମାନରେ ପୁରସ୍କୃତ କରାଯାଇଛି । ପ୍ରତି କଳାକାରଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ରାଜ୍ୟ ପର‌୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ , ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ ।

 

 

 

Leave A Reply

Your email address will not be published.