Latest Odisha News

ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଜେଲରେ କେମିତି ଆଖି ବୁଜିଲା ଗୋବିନ୍ଦ ସାହୁ ? କିଛି ଷଡ଼ଯନ୍ତ୍ର ଥିଲା କି ? ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପରେ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରୁଛନ୍ତି । ଏହାରି ଭିତରେ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ପୋଲିସ ଡିଜି ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଜେଲ୍ ଭିତରେ ଏକ ଛୋଟ ଗଛରେ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଏକାଧିକ ଅନ୍ତେବାସୀ ଥିବା ବେଳେ କେହି କିଭଳି କିଛି ଜାଣି ପାରିଲେନି । ଏବେ ଏସବୁ ଦିଗ ସହ ଗୋବିନ୍ଦଙ୍କ ଅସ୍ୱାଭାବିକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

୨୦୨୧ ଅକ୍ଟୋବର ୮ ତାରିଖରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ଇଂରାଜୀ ମିଡିୟମ ସ୍କୁଲକୁ ଯିବା ପାଇଁ ଘରୁ ବାହାରି ନିଖୋଜ ହୋଇ ଯାଇଥିଲେ । ନିଖୋଜ ନେଇ ମମିତାଙ୍କ ଘର ଲୋକ ଅକ୍ଟୋବର ୧୯ରେ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ସ୍କୁଲ୍ ପରିସରରେ ଥିବା ଷ୍ଟାଡିୟମ ପରିସର ଖୋଳିବା ପରେ ମମିତାଙ୍କ କଙ୍କାଳ ମିଳିଥିଲା ।

ଏହି ମାମଲାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଗିରଫ ଜେଲ୍ ପଠାଇଥିଲା । ରିମାଣ୍ଡ ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଥିଲା ଗୋବିନ୍ଦ । କିଭଳି ମମିତାଙ୍କୁ ମାରିବା ପରେ ପୋଡ଼ି ଦେଇ ମୋବାଇଲ୍ ଫୋନ୍ ଓ ଅନ୍ୟ ପ୍ରମାଣ ନଷ୍ଟ କରିଥିଲା କହିଥିଲା । ପରେ ବେଲରେ ଯାଇ ଜେଲ୍ ଫେରିଥିବା ଗୋବିନ୍ଦ ହଠାତ୍ କାହିଁକି ଆତ୍ମହତ୍ୟା କଲା ତାକୁ ନେଇ ସସପେନ୍ସ ଲାଗି ରହିଛି ।

 

Leave A Reply

Your email address will not be published.