କାବୁଲ: କାବୁଲ ବିମାନ ବନ୍ଦରରେ ଅସହାୟ ସ୍ଥ୍ିତି ସୃଷ୍ଟି ହୋଇଛି । ତାଲିବାଦ ଅଧିକାରକୁ ଆସିବା ପରେ ଦେଶ ଛାଡିବା ପାଇଁ ସ୍ଥାନୀୟ ଲୋକ ଏବଂ ବିଦେଶୀମାନେ କାବୁଲ ବିମାନ ବନ୍ଦରରେ ଦିନ ରାତି ଏକକାର କରି ପଡି ରହିଛନ୍ତି । ଏକ ରିପୋର୍ଟ ଅନୁସାରେ ପାଣି ବୋତଲ ୪୦ ଡଲାର (୩୦୦୦ ଟଙ୍କା) ଏବଂ ଭାତ ପ୍ଲେଟ ପାଇଁ ୧୦୦ ଡଲାର (୭୫୦୦ ଟଙ୍କା) ଦେବାକୁ ପଡୁଛି ।
ଯାହା ପାଖରେ ଅର୍ଥର ଅଭାବ ସେମାନେ ଭୋକ ଉପାସରେ ପଡି ରହିଛନ୍ତି । ବିମାନବନ୍ଦରରେ କେବଳ ଡଲାରକୁ ମାନ୍ୟତା ମିଳିଛି । ଏବେ ବି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଅପେକ୍ଷାରେ ଅଛନ୍ତି । ଅବଶ୍ୟ ଆମେରିକା ଏବଂ ଅନ୍ୟ ନିୟୋଜିତ ସେନା ପକ୍ଷରୁ ସାହାଯ୍ୟ କରାଯାଉଛି ମାତ୍ର ତାହା ଆବଶ୍ୟକ ମୁତାବକ ଯଥେଷ୍ଟ ନୁହେଁ ।
Comments are closed.