Latest Odisha News

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ହୋମଗାର୍ଡ ସମେତ ୬ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ହୋମଗାର୍ଡଙ୍କ ସଂପୃକ୍ତି ଅଭିଯୋଗ । ଏହି ମାମଲାରେ ଜଣେ ହୋମଗାର୍ଡଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ଆମ୍ବାଗୁଡ଼ା ଓ କୋରାପୁଟ-ଜୟପୁର ଘାଟିରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ ।

ଜୟପୁର ଏସଡିପିଓଙ୍କ ନେତୃତ୍ୱରେ ସଦର ପୋଲିସର ଏକ ଟିମ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି । ୨ଟି ଟ୍ରକରେ ଚୋରା ଚାଲାଣ ହେଉଥିଲା । କେଉଁଆଡ଼େ ଚାଲାଣ ହେଉଥିଲା ? ଆଉ କେଉଁମାନେ ସାମିଲ ଅଛନ୍ତି ? ରାଜ୍ୟ ବାହାରର ଲିଙ୍କ ଅଛି କି ? ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.