କାବୁଲ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ କାବୁଲ ବିମାନବନ୍ଦର ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଏବଂ ସମସ୍ତ ବିମାନ ସେବା ପୁନଃ ଆରମ୍ଭ ହୋଇପାରିବ ବୋଲି ତାଲିବାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଘୋଷଣା କରିଛନ୍ତି।
କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ସମସ୍ୟାର ସମାଧାନ ହୋଇଥିବାରୁ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବିମାନବନ୍ଦର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି, ପୂର୍ବ ପରି ବିମାନ ଉଡ଼ାଣ ଆରମ୍ଭ ହୋଇପାରିବ ବୋଲି ମୁଖପାତ୍ର ରବିବାର ଦିନ ଏକ ବିବୃତ୍ତିରେ କହିଛନ୍ତି।
ତାଲିବାନ ଆଫଗାନିସ୍ତାନ ନିୟନ୍ତ୍ରଣ କରିବାର ୪୦ ଦିନରୁ ଅଧିକ ସମୟ ବିତିଗଲାଣି। ବିମାନ ଚଳାଚଳ କରିବାରେ ବୈଦେଶିକ ମନ୍ତ୍ରଣାଳୟ ପୁଣି ଥରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିଶ୍ଚିତ କରିଛି ବୋଲି ତାଲିବାନର ମୁଖପାତ୍ର କହିଛନ୍ତି।
Comments are closed.