Latest Odisha News

BREAKING NEWS

ଆତଙ୍କବାଦୀଙ୍କ ବିସ୍ଫୋରଣରେ କାବୁଲ ଉପ ରାଜ୍ୟପାଳ ନିହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଉପ ରାଜ୍ୟପାଳ ମେହବୁବାଲ୍ଲା ମୋହେବି ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଅଫିସକୁ ଫେରୁଥିବା ବେଳେ ତାଙ୍କ କାର ଉପରକୁ ଜଣେ ଆତଙ୍କବାଦୀ ଡୋଟେନେଟର ଫିଙ୍ଗିଥିଲେ । ଏଥିରେ ଉପ ରାଜ୍ୟପାଳ ଏବଂ ତାଙ୍କ ସେକ୍ରେଟେରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

ଏ ପର୍ଯ୍ୟନ୍ତ ଏହି ଆକ୍ରମଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରି ନାହିଁ । ଆଫଗାନିସ୍ତାନରେ ସରକାର ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ଶାନ୍ତି ପ୍ରକ୍ରିୟା ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ ।

Leave A Reply

Your email address will not be published.