କାବୁଲ: ଏକ ସ୍ପେସାଲ ଅପରେସନ୍ରେ ଆତଙ୍କବାଦୀ ସଙ୍ଗଠନ୍ ଇସଲାମିକ ଷ୍ଟେଟ୍ ଖୋର୍ସାନ୍ ପ୍ରୋଭିନ୍ସ(ISKP)ର ମୁଖିଆକୁ ଆଫଗାନୀ ସିକ୍ୟୁରିଟି ଫୋର୍ସ ଗିରଫ କରିଛି ।
ମାର୍ଚ୍ଚ ୨୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ର ଏକ ଗୁରଦ୍ୱାରାରେ ହୋଇଥିଲା ଆତ୍ମଘାତୀ ହମ୍ଲା । ଅନେକ ଆହତ ହୋଇଥିଲାବେଳେ ଟଳିପଡିଥିଲେ ୨୭ ନୀରିହ ଶ୍ରଦ୍ଧାଳୁ ।
Afghan Intel Agency National Directorate of Security (NDS) in a release confirmed IS Khorasan Chief being arrested by Afghan Authorities. In the release, NDS said, Aslam Farooq had links with Pakistan based terror networks like Lashkar & Haqqani: Sources https://t.co/IVp2bMK7ko pic.twitter.com/NpTjrqVZFX
— ANI (@ANI) April 4, 2020
ଆଇଏସ୍ ଅଧିନରେ ପରିଚାଳିତ ଆତଙ୍କବାଦୀ ସଙ୍ଗଠନ ISKP ଏହି ହମ୍ଲା କରିଥିବା ନେଇ ଦାବି କରିଥିଲା । ଶେଷରେ ଏହି ସଙ୍ଗଠନର ମୁଖିଆ ତଥା ପାକିସ୍ତାନୀ ଆତଙ୍କବାଦୀ ମୌଲବୀ ଅବଦୁଲାହ ଓରଫ ଅସଲମ୍ ଫାରୁକିକୁ ଆକ୍ରମଣକୁ ଯୋଜନା ଓ କାର୍ଯ୍ୟକାରୀ କରାଇବା ଅଭିଯୋଗରେ ଗିରଫ କରାଯାଇଛି ।
ପୂର୍ବରୁ ଆତଙ୍କବାଦୀ ଅବଦୁଲାହ ଲସ୍କର-ଇ-ତୋଏବା ଓ ତେହରିକ୍-ଏ-ତାଲିବାନ ଭଳି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନରେ ଜଡିତ ଥିଲା । ୨୦୧୯ରେ ଅବଦୁଲାହ ISKP ର ମୁଖିଆ ସାଜିଥିଲା ।
ଆଫଗାନୀ ସେନାର ପାଲଟା ଆକ୍ରମଣରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲାବେଳେ ଭାରତର କେରଳରୁ ମୁସୀନ୍ ତିକାରିପୁର ନାମକ ଜଣେ ଆତଙ୍କବାଦୀ ମଧ୍ୟ ସାମିଲ ଥିଲା ।
Comments are closed.