Latest Odisha News

BREAKING NEWS

ପୁରୀ କରୋନା ସଂକ୍ରମିତ ରୋଗୀ ଭୁବନେଶ୍ୱରର ଏହିସବୁ ସ୍ଥାନରେ ବାଣ୍ଟିଥିଲେ ଡାକ

ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ଅଞ୍ଚଳର କରୋନା ସଂକ୍ରମିତ ରୋଗୀ ଜଣକ ଭୁବନେଶ୍ୱର ବିଜେବି ନଗର ସବ-ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କମିଶନ (ବିଏମସି)ର କମିଶନର୍ ପ୍ରେମ ଚାନ୍ଦ ଚୌଧୁରୀ ।

ସେ ଦିଲ୍ଲୀରୁ ଫେରିବା ପରେ କରୋନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

“ସେ ମାର୍ଚ୍ଚ ୧୦ ତାରିଖରେ ଦିଲ୍ଲୀରୁ ଫେରିଥିଲେ । ରାଜଧାନୀର ଗୌତମ ନଗର ଏବଂ ଭୁବନେଶ୍ୱର କୋର୍ଟ ଅଞ୍ଚଳ ହେଉଛି ତାଙ୍କର କାର୍ଯ୍ୟ ପରିସର ।” ଏହା ସୂଚନା ଦେଇଛନ୍ତି ବିଏମସି କମିଶନର୍ ।

ଲକ୍‌ଡାଉନ୍ ସମୟରେ ସେ ମଧ୍ୟ ଡାକ ବିଭାଗର ଚିଠି ବାଣ୍ଟିଛନ୍ତି ବୋଲି କମିଶନର୍ ସୂଚନା ପ୍ରଦାନ କରିଛନ୍ତି । “ଯଦି ଏହିସବୁ ଅଞ୍ଚଳରେ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ କୌଣସି ବ୍ୟକ୍ତି ବିଶେଷ ଆସିଥାଆନ୍ତି ତେବେ ମୁଁ ଅନୁରୋଧ କରୁଛି ଯେ, ୧୦୪କୁ ଫୋନ କରିବା ସହିତ ହୋମ୍ କ୍ୱାରେଣ୍ଟାଇନରେ ରୁହନ୍ତୁ ।”

ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତିଙ୍କୁ ଯଦି କାଶ କିମ୍ବା ଜ୍ୱର ପରି ଲକ୍ଷଣ ଦେଖାଯାଇଥାଏ ତେବେ ତୁରନ୍ତ ୧୦୪ ନମ୍ବର ଡାଏଲ୍ କରି ଅବଗତ କରିବା ଆବଶ୍ୟକ । ଏହାଦ୍ୱାରା ତାଙ୍କଠାରୁ ପରୀକ୍ଷା ଲାଗି ନମୂନା ସଂଗ୍ରହ କରାଯାଇପାରିବ ବୋଲି ବିଏମସି କମିଶନର୍ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.