ନୂଆଦିଲ୍ଲୀ: ଜୁନ୍ ୨୦ ତାରିଖରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି । ଏଥିରେ ଅଂଶଗ୍ରହଣ କରୁଥିବା ୩୬ ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆଜି ସକାଳେ ସିକ୍କିମର ନାଥୁଲା ସୀମା ଦେଇ ଚୀନର ଟିଆରଏରେ ପ୍ରବେଶ କରିଛନ୍ତି । ରାଜ୍ୟପାଳ ଓମ୍ ପ୍ରକାଶ ମଥୁର ନାଥୁଲା ଠାରେ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଆରମ୍ଭ କରିଥିଲେ । ତାଙ୍କ ସହିତ ଉପବାଚସ୍ପତି ରାଜ କୁମାରୀ ଥାପା ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।
ପାଞ୍ଚ ବର୍ଷର ବ୍ୟବଧାନ ପରେ, ସିକ୍କିମର ନାଥୁଲା ଗିରିପଥ ଦେଇ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ମାନସରୋବର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସୋମବାର ୩୬ ଜଣ ତୀର୍ଥଯାତ୍ରୀ (୨୩ ପୁରୁଷ ଏବଂ ୧୩ ମହିଳା)ଙ୍କ ଏକ ଦଳ ୧୮ ମାଇଲ ବେସକୁ ଯାତ୍ରା କରିଛି ।
ପ୍ରଥମ ଦଳକୁ ବିଦାୟ ଦେବା ସମୟରେ, ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ଏବଂ ଆଇଟିବିପି ଏବଂ ସେନା କର୍ମଚାରୀଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କଲେ ।
ସୂଚନାଯୋଗ୍ୟ, ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ୨୦୨୦ ମସିହାରୁ ଯାତ୍ରାର ଉଭୟ ସରକାରୀ ମାର୍ଗ ଭାରତୀୟଙ୍କ ପାଇଁ ବନ୍ଦ ରହିଥିଲା । ଉଭୟ ଦେଶ ରସଂପର୍କରେ ଉନ୍ନତି ଆସିବା ପରେ ଗତ ଜାନୁଆରୀ ମାସରେ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଉଭୟ ଦେଶ ରାଜି ହୋଇଥିଲେ ।
Comments are closed.