ନୂଆଦିଲ୍ଲୀ:ଆଜିକାଲି ଫ୍ୟାଟି ଲିଭର ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ବିଶେଷକରି ଯେଉଁମାନେ ଦୀର୍ଘ ସମୟ ଧରି ବସି କାମ କରନ୍ତି ଏବଂ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତି । କିନ୍ତୁ ଭଲ ଖବର ହେଉଛି ଯେ କିଛି ସରଳ ଖାଦ୍ୟପେୟ ପରିବର୍ତ୍ତନ କରି ଏହି ଗମ୍ଭୀର ସମସ୍ୟାର ସମାଧାନ କରାଯାଇପାରିବ। ହାର୍ଭାର୍ଡରୁ ତାଲିମପ୍ରାପ୍ତ ଯକୃତ ଏବଂ ଅନ୍ତନଳୀ ବିଶେଷଜ୍ଞ ଡକ୍ଟର ସୌରଭ ସେଟ୍ଟୀ ଚାରିଟି ସ୍ୱତନ୍ତ୍ର ଖାଦ୍ୟ ବିଷୟରେ କହିଛନ୍ତି, ଯାହା ସାହାଯ୍ୟରେ ଫ୍ୟାଟି ଲିଭରକୁ ଧୀରେ ଧୀରେ ରିଭର୍ସ କରାଯାଇପାରିବ।
ଖଜୁରୀ ଏବଂ ଅଖରୋଟ
ପ୍ରାୟତଃ ଲୋକମାନେ ଖଜୁରୀକୁ ଅତ୍ୟଧିକ ମିଠା ଭାବି ଖାଆନ୍ତି ନାହିଁ । କିନ୍ତୁ ଏଥିରେ ଥିବା ଫାଇବର ପାଚନ ପ୍ରକ୍ରିୟାକୁ ମନ୍ଥର କରି ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ଯକୃତରେ ଚର୍ବି ଜମା ହେବାକୁ ରୋକିଥାଏ। ଯେତେବେଳେ ଏହାକୁ ଅଖରୋଟ ସହିତ ଖିଆଯାଏ, ଏହି ଆହୁରି ଲାଭଦାୟକ ହୋଇଥାଏ।ଅଖରୋଟରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ, ଯାହା ଯକୃତର ପ୍ରଦାହକୁ ହ୍ରାସ କରେ। ସପ୍ତାହରେ ଦୁଇଥର ଦୁଇଟି ଖଜୁରୀ ସହିତ ମୁଠାଏ ଅଖରୋଟ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।
ଡ୍ରାଏ ଫ୍ରୁଟ ଓ ଡାର୍କ ଚକୋଲେଟ୍
୭୦% କିମ୍ବା ତା’ଠାରୁ ଅଧିକ କୋକୋ ଥିବା ଡାର୍କ ଚକୋଲେଟରେ ପଲିଫେନୋଲ୍ ଥାଏ, ଯାହା ଲିଭରକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରେ। ଏଥିରେ ବାଦାମ କିମ୍ବା ପିସ୍ତା ଭଳି ଡ୍ରାଏ ଫ୍ରୁଟ ମିଶାଇଲେ ଭିଟାମିନ୍ ଇ ଏବଂ ହେଲ୍ଥି ଫ୍ୟାଟ ମିଳିଥାଏ, ଯାହା ଯକୃତ କୋଷକୁ ସୁରକ୍ଷା ଦିଏ। ସପ୍ତାହରେ ଥରେ କିମ୍ବା ଦୁଇଥର ଡାର୍କ ଚକୋଲେଟ୍ ଏବଂ କିଛି ଡ୍ରାଏ ଫ୍ରୁଟର ସେବନ କରିବା ଉଚିତ୍ ।
ମହୁ ଏବଂ ଡାଲଚିନି ସହିତ ଆପଲ୍
ସେଓରେ ଥିବା ପେକ୍ଟିନ ନାମକ ଦ୍ରବଣୀୟ ଫାଇବର ଶରୀରରୁ ଅନାବଶ୍ୟକ ଚର୍ବି ଦୂର କରିବାରେ ସାହାଯ୍ୟ କରେ। ଏହାକୁ ମହୁ ଏବଂ ଡାଲଚିନି ସହିତ ଖାଇବା ଦ୍ୱାରା ଏହାର ସ୍ୱାଦ ବଢ଼ିଥାଏ ଏବଂ ଯକୃତ ଏବଂ ଅନ୍ତନଳୀର ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ ହୋଇଥାଏ। ଏହି ଖାଦ୍ୟକୁ ଗରମ ଏବଂ ଥଣ୍ଡା ଉଭୟ ଋତୁରେ ଖାଇପାରିବେ ।
ବ୍ଲୁବରୀ/ଷ୍ଟ୍ରବେରୀ ସହିତ ଦହି
ଦହି(ବିନା ଚିନି)ରେ ଥିବା ପ୍ରୋବାୟୋଟିକ୍ ଉପାଦାନଗୁଡ଼ିକ ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରେ, ଯାହା ସିଧାସଳଖ ଲିଭର ଫ୍ୟାଟକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯେତେବେଳେ ଏଥିରେ ବ୍ଲୁବେରି କିମ୍ବା ଷ୍ଟ୍ରବେରି ଭଳି ବେରୀ ମିଶାଯାଏ, ଏଥିରେ ଥିବା ପଲିଫେନୋଲ୍ସ ଏବଂ ଭିଟାମିନ୍ ସି ଯକୃତ ପ୍ରଦାହକୁ ହ୍ରାସ କରେ।
Comments are closed.