Latest Odisha News

BREAKING NEWS

ବଢିଲା ଚିନ୍ତା, ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ଠାରୁ ମିଳିଲା ଆଧାର୍ କାର୍ଡ

ନିହତ ଦୁଇ ଆତଙ୍କବାଦୀ ହେଲେ ମହମ୍ମଦ ଭାଇ ଓରଫ ଅବୁ କସିମ୍ ଓ ଅବୁ ଅର୍ସଲାନ୍ ଓରଫ ଖାଲିଦ୍

ଭୁବନେଶ୍ୱର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଅଭିନବ କାର୍ଯ୍ୟକଳାପ ଭାରତୀୟ ସେନାର ନିଦ ହଜାଇଦେଇଛି । ଦିନରାତି ଏକ କରି ଦେଶର ସୀମା ଜଗୁଥିବା ଆମ ସେନା ଏବେ ଚିନ୍ତାରେ ପଡିଛି । କାରଣ ପୂର୍ବରୁ ଆତଙ୍କବାଦୀଙ୍କ ନିକଟରୁ ଭାରତୀୟ ହତିଆର ମିଳୁଥିଲା । ହେଲେ ଏବେ ପାକିସ୍ତାନୀ ଆତଙ୍କବାଦୀଙ୍କ ନିକଟରୁ ଭାରତ ସରକାରଙ୍କ ସ୍ୱିକୃତୀପ୍ରାପ୍ତ ଆଧାର କାର୍ଡ ମିଳିବା ଘଟଣା ଚିନ୍ତା ବଢାଇଛି ।

ନିକଟରେ ଶ୍ରୀନଗରର ବିଶେମ୍ବର ନଗରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର୍ ଘଟିଥିଲା । ଏଥିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ । ଖାନ ତଲାସୀରେ ସେମାନଙ୍କଠାରୁ ଆଧାର କାର୍ଡ ମିଳିବା ପରେ ଏବେ ଜମ୍ମୁ ଓ କାଶ୍ମୀରର ସୁରକ୍ଷା ବାହିନୀ ନୂଆ ଚାଲେଂଜର ସମ୍ମୁଖୀନ ହୋଇଛି ।

ନିହତ ଦୁଇ ଆତଙ୍କବାଦୀ ହେଲେ ମହମ୍ମଦ ଭାଇ ଓରଫ ଅବୁ କସିମ୍ ଓ ଅବୁ ଅର୍ସଲାନ୍ ଓରଫ ଖାଲିଦ୍ । ତନାଘନାରୁ ଜଣାପଡିଛି କଶ୍ମୀରରେ ଥିବା ଅନେକ ପାକିସ୍ତାନୀ ଆତଙ୍କବାଦୀମାନେ ଲୁଚି ରହିବା ପାଇଁ ଆଧାର୍ କାର୍ଡ ବ୍ୟବହାର କରିଆସୁଛନ୍ତି ।

ଏହି ଘଟଣା ପରେ ଜମ୍ମୁ ଓ କଶ୍ମୀର ପୋଲିସ ଆଧାର୍ କାର୍ଡ ପ୍ରସ୍ତୁତିକୁ ଅଧିକ ବ୍ୟବସ୍ଥିତ ତଥା ସୁରକ୍ଷିତ କରିବା ଲାଗି UIDAIକୁ ଚିଠି ଲେଖିଛି । ତେବେ ପୂର୍ବରୁ ୨୦୧୯ରେ ମଧ୍ୟ ଜମ୍ମୁ ଓ କଶ୍ମୀର ପୋଲିସ ଆତଙ୍କବାଦୀ ମହମ୍ମଦ ଇସ୍ମାଇଲ୍ ଅଲଭି ନିକଟରୁ ଆଧାର୍ କାର୍ଡ ଜବତ କରିଥିଲା । ଏ ହେଉଛି ସହି ଆତଙ୍କବାଦୀ ଯିଏ ତତ୍କାଳୀନ ବର୍ଷ ସିଆର୍‌ପିଏଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ କାର୍ପଟଦାର୍ ସାଜିଥିଲା । ଏହି ଆକ୍ରମଣରେ ୪୦ ଜଣ ଯବାନ୍ ସହିଦ ହୋଇଥିଲେ ।

Leave A Reply

Your email address will not be published.