Latest Odisha News

BREAKING NEWS

କାହିଁକି ବୋଲ୍ଡ ସିନଠୁ ଦୂରରେ ଏହି ଅଭିନେତ୍ରୀ ?

ମୁମ୍ବାଇ: ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ  । ଯିଏ କି ବଲିଉଡ୍ ଫିଲ୍ମ ଜଗତକୁ ଦୀର୍ଘ ବର୍ଷ ହେବ ଦେଇଆସୁଛନ୍ତି ଅନେକ ସୁପର ଡୁପର ହିଟ୍ ଫିଲ୍ମ  । ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ସେ କରିଛନ୍ତି । ଯେଉଁଠିକି ସେ ଯାଆନ୍ତି ସେଠି ଏକ ନିଆରା ପରିବେଶ ସୃଷ୍ଟି କରନ୍ତି। କୌଣସି ସାକ୍ଷାତକାର ହେଉ କି ଇଭେଣ୍ଟ। ସବୁଠି ତାଙ୍କରି ଉପରେ ସମସ୍ତଙ୍କ ନଜର ଥାଏ । କିନ୍ତୁ ସେ ନିଜ କ୍ୟାରିୟରରେ କେବେ ବୋଲ୍ଡ ସିନ୍‌ କରିନାହାନ୍ତି।

BjdElectrycity

ସେ ଆଉ କେହି ନୁହନ୍ତି, ଆମେ କହୁଛୁ ଚୁଲ୍‌ବୁଲି କାଜଲଙ୍କ କଥା  । ଦୀର୍ଘବର୍ଷ ପରେ ସେ ଏକ ବଡ଼ ରହସ୍ୟ ପ୍ରକାଶ କରିଛନ୍ତି। ସେ  କହିଛନ୍ତି, ପରଦାରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଦୃଶ୍ୟ କରିବା ଠାରୁ ସେ ସର୍ବଦା ଦୂରେଇ ରୁହନ୍ତି। ୧୯୯୨ରେ ଫିଲ୍ମ ‘ବେଖୁଦି’ ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ସେ ୫୧ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି। ଯାହା ତାଙ୍କୁ ଜଣେ ଦକ୍ଷ ଅଭିନେତ୍ରୀ ବୋଲି ପ୍ରମାଣିତ କରିଛି। କ୍ୟାରିୟରର ଆରମ୍ଭରେ ସେ ନିଜର ସରଳ ଚେହେରା ସହିତ ଲୋକଙ୍କ ହୃଦୟ ଜିତିଥିଲେ।

୯୦ ଦଶକରେ ବି’ ସେ ହଇଚଇ ସୃଷ୍ଟି କରୁଥିଲେ। ଆଜି ବି ତାଙ୍କର ସେଇ ଅନ୍ଦାଜ ।  ସେ କୁହନ୍ତି, ତାଙ୍କୁ ଲୋକଙ୍କୁ ହସାଇବାକୁ ଭଲ ଲାଗେ। ତେଣୁ ସେ ଲଜ୍ଜାଜନକ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରନ୍ତି ନାହିଁ। ସେ କୁହନ୍ତି,ବୋଲ୍ଡ ସିନ୍‌ଠାରୁ ସେ ଦୂରେଇ ରୁହନ୍ତି। କେବଳ ଏତିକି ନୁହେଁ, କାଜଲ ତାଙ୍କର ଅନେକ ସାକ୍ଷାତକାରରେ ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ନିଜକୁ ବୋଲ୍ଡ ସିନ୍‌ରେ କମ୍ପଟେବୁଲ ମନେ କରନ୍ତି ନାହିଁ। ଏହି କାରଣରୁ ସେ ଅନେକ ବ୍ଲକବଷ୍ଟର ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Leave A Reply

Your email address will not be published.