Latest Odisha News

BREAKING NEWS

କଫି ୱିଥ୍ କରଣ-୮: ଖାସ୍ ଅତିଥି ଖୋଲିବେ ମଜାଦାର ଗୁମର

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ କଫି ଓ୍ବିଥ୍ କରଣ ଶୋ ସବୁଠାରୁ ପପୁଲାର ହୋଇଥିବାବେଳେ ଏହା ସବୁବେଳେ ବେଶ ଚର୍ଚ୍ଚାରେ ରହିଥାଏ । କାରଣ ଏହି ଶୋ ରେ ବଲିଉଡର ସବୁ ସେଲିବ୍ରେଟିଙ୍କ ପର୍ସନାଲ ଓ ପ୍ରଫେସନାଲ ବିଷୟରେ ମଜାଦାର ଓ ମସଲାଦାର କଥା ଜାଣିବାକୁ ମିଳିଥାଏ । ପୂର୍ବରୁ ଏହି ଶୋ ତାର ୭ଟି ସିଜିନ କମ୍ପିଲଟ କରିସାରିଥିବାବେଳେ, ଏବେ କଫି ଓ୍ବିଥ୍ କରଣ ର ସିଜିନ ୮ ଚାଲିଛି ।

ତେବେ ଚଳିତ ଏପିସୋଡ୍ ମଧ୍ୟ ଆହୁରି ବେଶି ମଜାଦାର ହେଉଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ଏପିସୋଡରେ କରଣ ଜୋହରଙ୍କର ଦୁଇ ଜଣ ଖାସ୍ ଅତିଥି ରାନି ମୁଖାର୍ଜୀ ଓ କାଜୋଲ ଆସୁଛନ୍ତି । ଯାହାର ପ୍ରମୋ ସାମ୍ନାକୁ ଆସିଛି ଯାହା ବେଶ ମଜାଦାର ହେବ । ଏନେଇ କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋ’ର ଏକ ନୂଆ ପ୍ରୋମୋ ସେୟାର କରିଛନ୍ତି, ଯେଉଁଠାରେ ଉଭୟ ଭଉଣୀ କାଜୋଲ ଓ ରାନୀ ମୁଖାର୍ଜୀ ନିର୍ଦ୍ଦେଶକଙ୍କ ଖୁବ୍ ମଜାକ ଉଡୋଉଥିବାର ଦେଖିବା ଟାଣୁଥିବାର ନଜର ଆସିଛନ୍ତି ।

ଯେଉଁଥିରେ ରାନୀ ମୁଖାର୍ଜୀ କହୁଥିବା ଦେଖିବାକୁ ମିଳିଛି ଯେ ସେ ଏହି ଶୋ’ରେ କରଣ ଜୋହରଙ୍କୁ ଏକ୍ସପୋଜ କରିବାକୁ ଆସିଛନ୍ତି । କରଣ ଜୋହର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ କାଜୋଲ ଏହାର ଖୁବ ମଜା ନେବାସହ ସେ କହିଛନ୍ତି ଯେ ମୁଁ ଏହି ସୋ କୁ ବେଶ ପସନ୍ଦ କରୁଛି । ଫ୍ୟାନ୍ସ ମାନେ ମଧ୍ୟ ବେଶ ଉତ୍ସାହର ସହିତ ଏହି ସୋ କୁ ଅପେକ୍ଷା କରିଛନ୍ତି ।

ଏଟି ଟକ ସୋ ରେ ବର୍ତ୍ତାଳପ ସମୟରେ କରଣ ଜୋହର ଏକ ମଜାଦାର ଘଟଣା ସେୟାର କରିଥିଲେ । କରଣ କହିଛନ୍ତି, ମୋର ମନେ ଅଛି ଯେ ମୁଁ କୁଛ କୁଛ ହୋତା ହୈ ପାଇଁ ସୁଟିଂ କରୁଥିଲି ଏବଂ ମୋ ବାପା ମେହବୁବ ଷ୍ଟୁଡିଓ ବାହାରେ ରାସ୍ତାରେ ଠିଆ ହୋଇ କଥାବାର୍ତ୍ତା ହୋଇଥିଲେ । ସଞ୍ଜୟ ଦତ୍ତ ପଚାରିଲେ, ‘ୟଶ ଜୀ, ତୁମେ ଏଠାରେ କ’ଣ କରୁଛ?’ ସେ କହିଥିଲେ, ‘ମୋ ପୁଅ ସେଟ୍ ପ୍ରସ୍ତୁତ କରିଛି ଏବଂ ମୁଁ ଏବେ ରାସ୍ତାକୁ ଚାଲିଆସିଛି । ଏହିଭଳି କିଛି ମଜାଦାର ଏପିସୋଡ ରହିଛି କଫି ଓ୍ବିଥ କରଣର ସିଜିନ ୮ ସୋରେ । ଯାହାର ଦର୍ଶକ ବେଶ ଭରପୁର ଏଞ୍ଜୟ କରିବେ ବୋଲି ଆଶାରହିଛି ।

Leave A Reply

Your email address will not be published.