Latest Odisha News

BREAKING NEWS

ଶାଶୁଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇପଡ଼ିଲେ କାଜୋଲ୍‌; କହିଲେ ଏମିତି କଥା

ନୂଆଦିଲ୍ଲୀ: କାଜୋଲ ଏବଂ ଅଜୟ ଦେବଗନ ହେଉଛନ୍ତି ବଲିଉଡର ଆଇଡଲ ସେଲିବ୍ରିଟି ଦମ୍ପତି। ଉଭୟଙ୍କ ଯୋଡି ବଲିଉଡ୍‌ର ଏକ ହିଟ୍‌ ଯୋଡ଼ି। ତେବେ କାଜୋଲ ତାଙ୍କ ଶାଶୁ ଏବଂ ଅଜୟ ଦେବଗାନଙ୍କ ମା ବୀଣା ଦେବଗନଙ୍କ ଅତି ନିକଟତର। ଫେବୃଆରୀ ୧୯ରେ, ବୀଣା ଦେବଗନଙ୍କ ଜନ୍ମଦିନରେ, କାଜୋଲ ତାଙ୍କର ଏକ ଫଟୋ ପୋଷ୍ଟ କରି ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

କାଜୋଲ ଇନଷ୍ଟାଗ୍ରାମରେ ଫଟୋ ସହିତ ଲେଖିଛନ୍ତି- ଗତ ୨୨ ବର୍ଷ ଧରି ମୋର ସମସ୍ତ କାର୍ଯ୍ୟରେ ମୋର ସାଥୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମ ମୁହଁରେ ସବୁବେଳେ ସେମିତି ହସ ଝରୁଥାଉ। ଏହା ସହିତ କାଜୋଲ ହ୍ୟାସଟ୍ୟାଗ୍ ମମ୍‌ ଇନ୍ ସ୍ପିରିଟ୍ ମଧ୍ୟ ଲେଖିଛନ୍ତି। କାଜୋଲର ଏହି ପୋଷ୍ଟ ମାଧ୍ୟମରେ ଅନେକ ସେଲିବ୍ରିଟି ମଧ୍ୟ ବୀଣା ଦେବଗାନଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।

Leave A Reply

Your email address will not be published.