Latest Odisha News

BREAKING NEWS

Kaju barfi recipe: ଘରେ ବଜାର ପରି ତିଆରି କରନ୍ତୁ କାଜୁ ବରଫି ..ତାହା ପୁଣି କମ୍ ଟଙ୍କାରେ

ଭୁବନେଶ୍ବର: ପାର୍ବଣ ଋତୁ ଆରମ୍ଭ ହୋଇଗଲାଣି। ତେବେ ମିଠା ବିନା ପର୍ବପର୍ବାଣୀ ଅସମ୍ପୂର୍ଣ୍ଣ ମନେହୁଏ। ଲୋକମାନେ ସାଧାରଣତଃ ବଜାରକୁ ଯାଇ ମିଠା କିଣନ୍ତି। କିନ୍ତୁ ଏହି ସମୟରେ ମିଠାର ଦାମ୍ ଅଧିକ ରହିଥାଏ ଓ ଅପମିଶ୍ରଣର ଖବର ମଧ୍ୟ ଆସେ । ତେବେ
ଆପଣ ଘରେ ସହଜରେ ଗୁଲାବଜାମୁନ, ବର୍ଫି ଏବଂ ପେଡ଼ା ​​ଭଳି ମିଠା ତିଆରି କରିପାରିବେ। ସେହିପରି କାଜୁ ବରଫି ତିଆରି କରିବା ମଧ୍ୟ ବହୁତ ସହଜ। ବଜାରରେ ପ୍ରତି କିଲୋଗ୍ରାମ ₹୧,୨୦୦ ମୂଲ୍ୟର କାଜୁ ବର୍ଫି ଘରେ ଅଧା ଦାମରେ ଫ୍ରେସ ତିଆରି କରିପାରିବେ ।

ବହୁତ କମ୍ ସାମଗ୍ରୀ ସହିତ ତିଆରି ଏହି କାଜୁ ବରଫି (Kaju barfi ) ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ । ଆପଣ ଦୀପାବଳି କିମ୍ବା ଅନ୍ୟ କୌଣସି ବିଶେଷ ଅବସରରେ କାଜୁ ବରଫି ତିଆରି କରି ନିଜେ ଓ ପରିବାର, ସାଙ୍ଗସାଥୀଙ୍କୁ ମଧ୍ୟ ଖୁଆଇପାରିବେ ।

କାଜୁ ବର୍ଫିରେ କାଜୁ ପ୍ରଚୁର ପରିମାଣରେ ବ୍ୟବହାର କରାଯାଏ, ତେଣୁ ଏହାର ସ୍ୱାଦ ବହୁତ ବଢିଆ ହୋଇଥାଏ । କାଜୁ ମଧ୍ୟ ପୋଷକତତ୍ତ୍ବରେ ଭରପୂର। ଏଥିରେ ପ୍ରୋଟିନ,ଗୁଡ୍ ଫ୍ୟାଟ, ଫାଇବର, ଭିଟାମିନ,ଆଇରନ,ଜିଙ୍କ ଏବଂ ବିଭିନ୍ନ ଖଣିଜ ପଦାର୍ଥ ରହିଛି। ଏହା ହାଡ଼କୁ ମଜବୁତ କରିବାରେ, ଶକ୍ତି ପ୍ରଦାନ କରିବାରେ, ପାଚନ ଶକ୍ତିକୁ ଉନ୍ନତ କରିବାରେ ଏବଂ ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ।

ସାମଗ୍ରୀ- ୨୦୦ ଗ୍ରାମ କାଜୁ, ୧୦୦ ଗ୍ରାମ ଚିନି, ୨ ଚାମଚ ଘିଅ

ପ୍ରଣାଳୀ- ପ୍ରଥମେ, କାଜୁକୁ ଏକ ମିକ୍ସର ଜାରରେ ଭଲ ଭାବରେ ଗ୍ରାଇଣ୍ଡିଂ କରନ୍ତୁ। ଭଲଭାବରେ ପାଉଡର କରି ଦିଅନ୍ତୁ । ଏବେ ଏକ ପ୍ୟାନ୍ ନେଇ ଚୁଲିରେ ବସାନ୍ତୁ। ଏଥିରେ ୧/୪ କପ୍ ପାଣି ଢାଳନ୍ତୁ ଏବଂ ଚିନି ମିଶାନ୍ତୁ। ଚିନି ପାଣିରେ ମିଶିଗଲାପରେ ଆଉ ୨-୩ ମିନିଟ୍ ପାଇଁ ଫୁଟାନ୍ତୁ ।

ଏହାପରେ କାଜୁ ପାଉଡର ମିଶାନ୍ତୁ। ମିଶ୍ରଣକୁ ଲଗାତାର ଘାଣ୍ଟନ୍ତୁ, ନଚେତ୍ ବ୍ୟାଟର ଲାଗି ଯାଇପାରେ । ଯେତେବେଳେ କାଜୁ ଏବଂ ଚିନି ଭଲ ଭାବରେ ମିଶିଯିବ ,ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ। ମିଶ୍ରଣକୁ ଏକ ପ୍ଲେଟରେ ସ୍ଥାନାନ୍ତର କରନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ମିଶ୍ରଣକୁ ଅଧିକ ଥଣ୍ଡା କରନ୍ତୁ ନାହିଁ।

ତା’ପରେ, ଆପଣଙ୍କ ହାତର ପାପୁଲି ଏବଂ ଏକ ପ୍ଲେଟରେ ଘିଅ ଲଗାନ୍ତୁ। ମିଶ୍ରଣକୁ ଭଲଭାବରେ ଚକଟି ଦିଅନ୍ତୁ । ମିଶ୍ରଣକୁ ବଟର ପେପର ଉପରେ ରଖନ୍ତୁ ଏବଂ ରୁଟି ପରି ବେଲି ଦିଅନ୍ତୁ ।

ଏହି ରୁଟିକୁ ଏକ ପ୍ଲେଟରେ ରଖନ୍ତୁ ଏବଂ ଏହାକୁ ବର୍ଫି ଆକାରରେ କାଟି ଦିଅନ୍ତୁ ।

 

Comments are closed.