Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ । ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ କାଗଜପତ୍ର କାମ ପାଇଁ  ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବର୍ତମାନ ତାଙ୍କ ବାସଗୃହରେ ଚଢାଉ ଚାଲିଛି ।

ସୂଚନା ମୁତାବକ, ରାମପୁର ବ୍ଲକ କାଣିଗୁମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ ଜଣେ ଗ୍ରାମସାଥୀଙ୍କ ଠାରୁ ଡିଜିଟାଲ ଦସ୍ତଖତ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଫଳରେ ଭିଜିଲାନ୍ସ ହାତରେ ଧରା ପଡିଲେ । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କ ଅଫିସ୍ ଏବଂ ବାସଗୃହରେ ଛାନଭିନ୍ ଆରମ୍ଭ କରିଛି । ଭିଜିଲାନ୍ସ ବିଭାଗର ୮ଜଣିଆ ଟିମ୍ ମିଳିତ ଭାବରେ ଚଢ଼ାଉ ବର୍ତମାନ ଚଢାଉ କରୁଛନ୍ତି ।

 

Leave A Reply

Your email address will not be published.