Latest Odisha News

BREAKING NEWS

ରାଜଧାନୀରେ ବୋମାମାଡ, ଦୁର୍ବୃତ୍ତ ଫେରାର

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ବୋମାମାଡ । ବରମୁଣ୍ଡା ଇପିକଲ୍ ରାସ୍ତାରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବୋମାମାଡରେ କେହି ଆହତ ହୋଇନଥିବା ବେଳେ ଏକ ସ୍କର୍ପିଓ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ବରମୁଣ୍ଡା ନିକଟରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବଶତ୍ରୁତାରୁ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ କରିବା ପରେ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଛନ୍ତି । ତେବେ ଏନେଇ କେହି ଆହତ ହୋଇନଥିବା ବେଳେ ବୋମାମାଡ଼ରେ ଏକ ସ୍କର୍ପିଓ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି କାରଟିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.