Latest Odisha News

BREAKING NEWS

ନବରାତ୍ରୀରେ କଳସ ସ୍ଥାପନା କରିବା ଆଗରୁ ଜାଣି ରଖନ୍ତୁ ଏହିସବୁ ବିଧି

ଭୁବନେଶ୍ୱର: ଆଉ କିଛିଦିନ ପରେ ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ରୀତିନୀତି, ବାଦ୍ୟ , ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠିବ ଚାରିଦିଗ । ୯ ଦିନ ଯାଏଁ ଷୋଡ଼ଶ ପୂଜା ଉପଚାରରେ ଚାଲିବ ମାଆ ଦୁର୍ଗାଙ୍କର ଆବାହନ । ୯ଦିନ ଯାଏଁ ଚାଲିବାକୁ ଥିବା ଏହି ପୂଜାକୁ ନବରାତ୍ର ମଧ୍ୟ କୁହାଯାଇଥାଏ ।

BjdElectrycity

ନବରାତ୍ରିରେ ୯ଦିନ ଯାଏଁ ମାଆ ଦୁର୍ଗାଙ୍କୁ ଅଲଗା ଅଲଗା ରୂପରେ ପୂଜା କରାଯାଏ। ନବରାତ୍ରିର ପ୍ରଥମ ଦିନ କଳସ ସ୍ଥାପନ କରାଯାଇଥାଏ।

ଜାଣନ୍ତୁ ନବରାତ୍ରରେ କଳସ ସ୍ଥାପନର ଶୁଭ ମୁହୂର୍ତ୍ତ ଏବଂ ଏହା ସହ ସମ୍ବନ୍ଧିତ କିଛି ନିୟମ ସମ୍ପର୍କରେ…

ସେପ୍ଟେମ୍ବର ୨୯ତାରିଖରୁ ନବରାତ୍ର ଆରମ୍ଭ ହେବାକୁ ଥିବା ବେଳେ ଏହି ଦିନ କଳସ ସ୍ଥାପନ ମଧ୍ୟ କରାଯିବ।

ସର୍ବଦା ମନେ ରଖନ୍ତୁ, ମାଆ ଦୁର୍ଗାଙ୍କ କୃପା ପାଇବା ପାଇଁ କଳସକୁ ସବୁବେଳେ ଉଚିତ ମୁହୂର୍ତ୍ତରେ ସ୍ଥାପନ କରିବା ଉଚିତ୍। ଏଥର ନବରାତ୍ରିରେ କଳସ ସ୍ଥାପନର ଶୁଭ ମୁହୂର୍ତ୍ତ ଆପଣ ନିକଟସ୍ଥ ମଣ୍ଡପରେ ଏହାର ପୂର୍ବଦିନରୁ ବୁଝି ରଖିବା ଉଚିତ ।

ନବରାତ୍ରିରେ ନଅ ଦିନ ଯାଏଁ ଦେବୀ ମାଆଙ୍କର ଆରାଧନା କରିବା ଦ୍ବାରା ମାଆ ନିଜ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ କରୁଥିବାର ବିଶ୍ୱାସ ରହିଛି ।

ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରାଯାଇଥାଏ। ଘଟ ସ୍ଥାପନର ଅର୍ଥ କଳସ ସ୍ଥାପନା ହୋଇଥାଏ ।

କଳସ ସ୍ଥାପନା କରିବା ସମୟରେ ନଦୀବାଲିର ଉପଯୋଗ କରନ୍ତୁ। ଏହା ପରେ କଳସରେ ଗଙ୍ଗାଜଳ, ଲବଙ୍ଗ, ଅଳେଇଚ, ପାନ, ଗୁଆ, ଚନ୍ଦନ,ସୂତା,କୁମକୁମ,ଚାଉଳ,ହଳଦୀ,ମୁଦ୍ରା,ଫୁଲ ଦିଅନ୍ତୁ।

ଏହା ପରେ ‘ଓଁ ଭୂମୈ ନମଃ’ ଉଚ୍ଚାରଣ କରି କଳସକୁ ୭ଟି ପରିବା ସହ ବାଲି ଉପରେ ସ୍ଥାପନ କରନ୍ତୁ। କଳସ ରଖିଥିବା ସ୍ଥାନରେ ୯ଦିନ ଯାଏଁ ଅଖଣ୍ଡ ଦୀପ ଜାଳି ରଖିବା ଉଚିତ୍।

କଳସ ସ୍ଥାପନ ସହିତ ଜଡ଼ିତ କିଛି ନିୟମ :

– ସବୁବେଳେ ଶୁଭ ମୁହୂର୍ତ୍ତରେ କଳସ ସ୍ଥାପନ କରନ୍ତୁ।

– କଳସ ସ୍ଥାପନ କରିବା ପାଇଁ ପୂଜା ସ୍ଥଳରୁ ଅଲଗା ଏକ ପୀଢ଼ାରେ ଲାଲ ଏବଂ ଧଳା ରଙ୍ଗର କପଡ଼ା ବିଛାନ୍ତୁ। ଏଥିରେ ଚାଉଳରେ ଅଷ୍ଟଦଳ ପ୍ରସ୍ତୁତ କରି ଜଳ ଭରି କଳସ ସ୍ଥାପିତ କରନ୍ତୁ।

– କଳସର ମୁହଁ ଖୋଲା ରଖନ୍ତୁ ନାହିଁ,ଏହାକୁ ଯେକୌଣସି ଜିନିଷ ଦ୍ବାରା ଆବୃତ କରି ରଖିବା ଉଚିତ୍। ଏହା ମଝିରେ ଏକ ନଡ଼ିଆ ରଖନ୍ତୁ।

– ଯଦି କଳସ ସ୍ଥାପନ କରୁଛନ୍ତି ତେବେ ମନ୍ତ୍ର ଜପ କରନ୍ତୁ,ଚାଳିଶାଳକିମ୍ବା ସପ୍ତସତୀ ପାଠ କରନ୍ତୁ।

– ପୂଜା କରିବା ପରେ ମାଆଙ୍କୁ ଦୁଇବେଳା ଭୋଗ ଲଗାନ୍ତୁ, ସବୁଠୁ ସରଳ ଏବଂ ଉତ୍ତମ ଭୋଗ ହେଉଛି ଲବଙ୍ଗ ଏବଂ ଚିନିମିଠା।

– ମାଆଙ୍କ ପାଇଁ ନାଲି ଫୁଲ ସବୁଠୁ ଉତ୍ତମ ହୋଇଥାଏ,କିନ୍ତୁ ମାଆଙ୍କୁ ଅରଖ,ମନ୍ଦାର,ଦୁବ ଏବଂ ତୁଳସୀ ଜମା ଅର୍ପଣ କରନ୍ତୁ ନାହିଁ।

Leave A Reply

Your email address will not be published.