Latest Odisha News

BREAKING NEWS

ଭାରତୀୟ ବଜାରରେ ଲଞ୍ଚ ହେଲା ଶାଓମିର ୨ନୂଆ ଟିଭି

ମୁମ୍ବାଇ : ଭାରତୀୟ ବଜାରରେ ଶାଓମି ଗୁରୁବାର ଦିନ ଏମଆଇ ଟିଭି ୪ଏକ୍ସ ପ୍ରୋ (୫୫ ଇଞ୍ଚ) ଓ ଏମଆଇ ଟିଭି ୪ଏ ପ୍ରୋ (୪୩ ଇଞ୍ଚ)୨ଟି ନୂଆ ଟିଭି ଲଞ୍ଚ୍ କରିଛି।

କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ୩୯ ହଜାର ୯୯୯ଟଙ୍କା ରହିଥିବାବେଳେ ଏମଆଇ ଟିଭି ୪ଏ ପ୍ରୋ ର ମୂଲ୍ୟ ୨୨ ହଜାର ୯୯୯ ଟଙ୍କା ରଖାଯାଇଛି।

କମ୍ପାନୀ ପକ୍ଷରୁ ଟିଭି ସହ ପ୍ରଥମଥର ପାଇଁ ସାଉଣ୍ଡବାର୍ ମଧ୍ୟ ଲଞ୍ଚ୍ କରିଛି। ଏହାକୁ ସମ୍ପୂର୍ଣ ଫ୍ୟାବ୍ରିକ୍ ଫିନିସ୍ ଡିଜାଇନର ହୋଇଥିବା ବେଳେ ଏଥିରେ ଦୁଇଟି ୨୦ ଏମଏମ୍ ଡମ୍ ସ୍ପିକର୍ ରହିଛି। ଏଥିସହ ୨.୫ ଇଞ୍ଚ୍ର ଦୁଇଟି ୱୁଫର୍ସ ସହ ୪ଟି ପ୍ୟାସିଭ୍ ରେଡିଏଟର୍ସ ମଧ୍ୟ ରହିଛି। ଯାହାର ବଜାର ମୂଲ୍ୟ ୪ ହଜାର ୯୯୯ ଟଙ୍କା ରହିଛି ।

ଆସନ୍ତା ୧୨ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବାକୁ ଥିବାବେଳେ ଏମଆଇ ହୋମ୍ ଷ୍ଟୋର, ଏମଆଇ.କମ୍ ଏବଂ ଫ୍ଲିପ୍କାର୍ଟରେ ମଧ୍ୟ ଗ୍ରାହକମାନେ ଏହାକୁ କିଣିପାରିବେ ।

ଏମଆଇ ଟିଭି ୪ଏ ପ୍ରୋ (୪୩ ଇଞ୍ଚ) ଟିଭିରେ ଫୁଲ ଏଚଡି ଡିସପ୍ଲେ ମଧ୍ୟ ରହିଥିବା ବେଳେ ୧ଜିବି ରାମ୍ ସହ ୮ ଜିବି ଇଣ୍ଟରନାଲ୍ ମେମୋରୀ ମଧ୍ୟ ରହିଛି ।

ଉଭୟ ଟିଭିରେ ୮.୧ ଆଣ୍ଡ୍ରୋଏଡ୍ ଓରିଓ-ବେସଡ୍ ପାଚୱାଲ ୟୁଆଇ ରହିଥିବାବେଳେ ଟିଭିର ରିମୋଟ୍ କଣ୍ଟ୍ରୋଲ୍ ନୂଆ ଡିଜାଇନ୍ର ହୋଇଛି। ପୂର୍ବଥର ଭଳି ଏଥିରେ ମଧ୍ୟ ଗୁଗଲ୍ ଆସିଷ୍ଟାନ୍ସ୍ ପାଇଁ ଡେଡିକେଟେଡ୍ କି’ ଦିଆଯାଇଛି।

Leave A Reply

Your email address will not be published.