Latest Odisha News

ଏବେ ଚର୍ଚ୍ଚାରେ ବିବାଦୀୟ ଭାଷଣ, ଧର୍ମେନ୍ଦ୍ରଙ୍କୁ କାଠଗଡ଼ାକୁ ନେବେ ଏମପି ରାମଚନ୍ଦ୍ର ହାଁସଦା !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସଭାକୁ ସମ୍ବୋଧିତ କଲାବେଳେ ସେ କାଳେ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ବିରୋଧରେ ନାମ ନନେଇ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ । ଏନେଇ ୬ ତାରିଖ ଦିନ ନିଜେ ସାଂସଦ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସାଂସଦ ହାଁସଦା ମର୍ମାହତ ହେବାପରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକ୍ଷେପ କରି ଦୁର୍ନୀତିଗ୍ରସ୍ତ କହିଥିବା ଅଭିଯୋଗ କରିଛନ୍ତି ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଧର୍ମେନ୍ଦ୍ର ତାଙ୍କୁ ଆକ୍ଷେପ କରି କହିଥିଲେ ଏହି ଦୁର୍ନୀତିଗ୍ରସ୍ତ ସାଂସଦ ତାଙ୍କର ଦୁର୍ନୀତି ଯୋଗୁଁ ୪ ବର୍ଷ ଜେଲ ଯାଇଥିଲେ । ସେ ଜଣେ ଗରିବ ଆଦିବାସୀ ନେତା ଓ ଏହିକଥା ତାଙ୍କୁ ମର୍ମାହତ କରିଛି ଏବଂ ଏଥିଲାଗି ଧର୍ମେନ୍ଦ୍ରଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଏହି ପ୍ରେସ ମିଟରେ ହାଁସଦା କହିଥିଲେ ।

ଅନ୍ୟପକ୍ଷରେ ସାଂସଦ ହାଁସଦାଙ୍କ ଏହି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମରେ ଉଠାଇଥିବା ଅଭିଯୋଗ ସମ୍ପର୍କରେ ଧର୍ମେନ୍ଦ୍ର କହିଥିଲେ ଯେ, ବ୍ୟକ୍ତିଗତ ଭାବେ ସେ କାହାକୁ ଆକ୍ଷେପ କରିନାହାନ୍ତି, ବରଂ ସତକଥା ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବାରିପଦା ଗସ୍ତ ସାରି ଦିଲ୍ଲୀ ଚାଲିଯାଇଛନ୍ତି, ଏବେ କିନ୍ତୁ ଧର୍ମେନ୍ଦ୍ରଙ୍କ ଏହି ଘଟଣାକୁ କେନ୍ଦ୍ରକରି ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ତେବେ ବାରିପଦା କାର୍ଯ୍ୟକ୍ରମ ଭାଷଣରେ ଧର୍ମେନ୍ଦ୍ର ବିବାଦୀୟ ମନ୍ତବ୍ୟ ଦେଇଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିବା ପରେ ଏବେ ମୟୁରଭଞ୍ଜ ଏମପି କେବେ ଆଇନର ଆଶ୍ରୟ ନେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଲାଗି ରହିଛି ।

ଆଗାମୀ ଲୋକସଭା ନିର୍ବାଚନ ସାଙ୍ଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏବେ ବିଭିନ୍ନ ଦଳର ନେତୃବର୍ଗଙ୍କ ଭାଷଣକୁ ନେଇ ମଧ୍ୟ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ଜନସଭାରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ନିର୍ବାଚନ ଉଷ୍ମତା ଧିରେ ଧିରେ ଅନୁଭବ ହୋଇପାରୁଛି ।

Leave A Reply

Your email address will not be published.