Latest Odisha News

BREAKING NEWS

ଯାଆଁଳା ଶିଶୁ କାଳିଆ ଗୁରୁତର ଅସୁସ୍ଥ; ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

କଟକ: ଦିଲ୍ଲୀ ଏମ୍ସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା ଚର୍ଚ୍ଚିତ ଯାଆଁଳା ଶିଶୁ ଜାଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ କାଳିଆକଳିଆର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ଭେଣ୍ଟିଲେଟର ମଧ୍ୟରେ ରଖାଯାଇଛି । ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ ଲାଗିଛନ୍ତି । ଛାତିରେ ସଂକ୍ରମଣ ଯୋଗୁଁ ତାକୁ ଭେଣ୍ଟିଲେଟର୍‌ରେ ରଖାଯାଇଛି ବୋଲି ଏସସିବିଅଧ୍ୟକ୍ଷା ସୂଚନା ଦେଇଛନ୍ତି ।

କାଳିଆର ପାଇଁ ଏମ୍‌ସ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରି ଏସ୍‌ସିବିକୁ ଦେଇଛି । ଦୀର୍ଘ ୬ ମାସ ଧରି ସେ ସେହି ଖାଦ୍ୟ ଖାଇବ । ନାକରେ ନଳୀ ମାଧ୍ୟମରେ ତାକୁ ଖାଇବାକୁ ଦିଆଯାଉଥିବା ଏସସିବି ଡାକ୍ତର ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଜଗା ଧିରେ ଧିରେ ସୁସ୍ଥ ହେଉଛି ଓ ସେ ସମସ୍ତଙ୍କ ସହିତ ମିଶିବା ସହିତ ପାଠ ମଧ୍ୟ ପଡ଼ୁଥିବା ତାଙ୍କ ଅଭିଭାବକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.