Latest Odisha News

BREAKING NEWS

ନିମାପଡା ଛେନାଝିଲ୍ଲୀ; ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ମିଠା ଛେନାଝିଲ୍ଲୀ । ଛେନା ଓ ଚିନିସିରାରେ ତିଆରି ଏହି ମିଠାର ଓଡ଼ିଶାର କୋଣଅନୁକୋଣରେ ରହିଛି ବେଶ୍ ଚାହିଦା । ଏହା ପ୍ରଥମ ଥର ପାଇଁ ପୁରୀର ନିମାପଡ଼ାରେ ତିଆରି ହୋଇ ଥିଲା ।

ନିମାପଡା ସ୍ଥିତ ଶ୍ୟାମସୁନ୍ଦର ଗ୍ରାମର ଆର୍ତ୍ତ ସାହୁ  ନାମକ ଜଣେ ବ୍ୟକ୍ତି ଏହାକୁ ପ୍ରଥମ ଥର ପାଇଁ ତିଆରି କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ନିଜ ସ୍ୱାଦରେ ବାନ୍ଧି ରଖିଛି କୋଟି କୋଟି ଓଡ଼ିଆଙ୍କ ମନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୬ ଭୋଗ ମଧ୍ୟରେ ଏହାର ମଧ୍ୟ ସ୍ଥାନ ପାଇଛି ।

କିପରି ପ୍ରସ୍ତୁତ ହୁଏ ଏହି ଛେନା ଝିଲ୍ଲୀ :

ଛେନା, ଅଟା ଓ ଅଳେଇଚ ଗୁଣ୍ଡକୁ ଚକଟି ପ୍ରଥମେ ସେଦୁଅ ପ୍ରସ୍ତୁତ କରାଯାଏ । ସେହି ସେଦୁଅରୁ ଝିଲ୍ଲୀ ଆକାରର ଗୁଳା ପ୍ରସ୍ତୁତ କରାଯାଇ, ଘିଅରେ ଛାଣାଯାଏ । ତାପରେ ସେଗୁଡିକୁ ଗରମ ଚିନି ଶିରାରେ ପକାଯାଇ ପ୍ରସ୍ତୁତ କରାଯାଏ ଛେନାଝିଲ୍ଲୀ ।

ବିସ୍ତୃତ ଭାବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି:

ଶିରା ପ୍ରସ୍ତୁତି-
ଛେନାଝିଲ୍ଲୀ ପାଇଁ ପ୍ରଥମେ ଏହାର ଶିରା ପ୍ରସ୍ତୁତ କରାଯାଏ ।

.ଶିରା ପ୍ରସ୍ତୁତ କରିବା ପାଇଁ ଗୋଟିଏ କପ ପାଣି ଗରମ କରନ୍ତୁ ।

.ପାଣି ଫୁଟିଲାପରେ ଦୁଇ କପ ଚିନି ପକାଇ ଘାଣ୍ଟନ୍ତୁ । ମନେରଖନ୍ତୁ ପାଣି ଯେତିକି କପ୍ ଦେବେ ତାହାର ଦୁଇଗୁଣା କପ୍ ଚିନି ପକାଇ ଘାଣ୍ଟିବେ ।

ଚିନି ପୁରା ମିଳେଇଯିବାପରେ, ଫୁଟିବା ଆରମ୍ଭ କରିବ । ବର୍ତ୍ତମାନ ଶିରା ପ୍ରସ୍ତୁତ ହୋଇଗଲା ।ଏହାପରେ ପ୍ରସ୍ତୁତ ହୁଏ ସେଦୁଅ।

ସେଦୁଅ ପ୍ରସ୍ତୁତି-

.ଗୋଟିଏ କପରେ ଦୁଇ ଚାମଚ ଅଟା ପକାଇ ଭଲଭାବରେ ମିଶାଇଦିଅନ୍ତୁ ।

.ସେଥିରେ ଅଳେଇଚ ଗୁଣ୍ଡ ଅଧା ଚାମଚ ପକାନ୍ତୁ ।

.ଭଲ ଭାବରେ ମିଶାନ୍ତୁ ଯେପରି ହାତକୁ ମସୃଣ ଲାଗିବ, କିଛି ଦାନା ଦାନା ରହିବ ନାହିଁ ।

ଏହାପରେ ଏକ ସଫା ପଲିଥିନରେ ସେଦୁଅକୁ ରଖନ୍ତୁ । ଏହି ପଲିଥିନରୁ ଅଳ୍ପ ଅଳ୍ପ ସେଦୁଅ ବାହାର କରି ଏହାକୁ ଝିଲ୍ଲୀର ଆକାର ଦେବା ।

ଏହାପରେ ପ୍ରସ୍ତୁତ ହୁଏ ଛେନା ଗୁଳା

.ଏକ କଡେଇରେ ଘିଅକୁ ପକାଇ ଗରମ କରନ୍ତୁ ।

.ଘିଅ ଉପଯୁକ୍ତ ଗରମ ହେଇଛି କି ନାହିଁ ଜାଣିବା ନିମିତ୍ତ ଛୋଟ ସେଦୁଅ ଟିକେ ପକାନ୍ତୁ, ଯଦି ଏହା ଉପରକୁ ଉଠିଆସିଲା ତେବେ ଘିଅ ଛଣା ଛଣି ନିମନ୍ତେ ପ୍ରସ୍ତୁତ ହୋଇଗଲା ବୋଲି ଜାଣନ୍ତୁ ।

.ହାତ ପାପୁଲିରେ କିଛି ତେଲ ଲଗାଇ ଯେଉଁଥିରେ ଝିଲ୍ଲୀର ଆକାର ଗୋଲ କରାଯିବ ।
. ସେଦୁଅ ଗୋଲ ଗୋଲ କରି କଡେଇଟି ପୂର୍ଣ୍ଣ ହେବାଯାଏଁ ପକାଇ ଚାଲନ୍ତୁ ।

.ଏହାକୁ ମଧ୍ୟମ ଗ୍ୟାସ ଆଞ୍ଚରେ ଘାଣ୍ଟନ୍ତୁ ।

.ଗାଢ଼ ସୁବର୍ଣ୍ଣ ମାଟିଆ ରଙ୍ଗ ହେଲା ପର୍ଯ୍ୟନ୍ତ ଘାଣ୍ଟି ଚାଲନ୍ତୁ ।

.ଶେଷରେ ଛେନା ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଶିରାରେ ବୁଡ଼ାଇ ରଖନ୍ତୁ ।

ମନେରଖନ୍ତୁ ଗରମ ଗରମ ଗୁଳା ପକାଇବା ସମୟରେ ଶିରା ଅଳ୍ପ ମାତ୍ରାରେ ଗରମ ଥିବା ଆବଶ୍ୟକ ।

.ଏହାକୁ ପାଖାପାଖି ଦୁଇ ଘଣ୍ଟା ସମୟଧରି ବୁଡ଼ାଇ ରଖନ୍ତୁ ।

ଦୁଇ ଘଣ୍ଟା ପରେ ଏହା ଥଣ୍ଡା ହୋଇଗଲା ପରେ ଝିଲ୍ଲୀକୁ ଶୀରାରୁ କାଢି ନେଇ ପରୋସି ଦିଅନ୍ତୁ ।

Leave A Reply

Your email address will not be published.