ପାରାଦୀପ : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି କଳିଙ୍ଗ ବାଲିଯାତ୍ରା l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ପାରାଦୀପର କଳିଙ୍ଗ ବାଲିଯାତ୍ରା l କାର୍ତ୍ତିକ ପୁର୍ଣ୍ଣିମାରେ ସାଧବ ପୁଅ ମାନେ ଶୁଭଦିନ ଭାବରେ ମାନିବା ସହିତ ଏହିଦିନ ନିଜର ବୋଇତ ଧରି ବିଦେଶକୁ ବ୍ୟବସାୟ ପାଇଁ ବାହାରି ଯାଇଥାନ୍ତି l ବିଦେଶରେ ବ୍ୟବସାୟ ସହିତ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ର ପ୍ରଚାର ପ୍ରସାର କରିଥାନ୍ତି l ଯାହାକୁ ନେଇ ସେହି ପୁରାତନ ଐତିହ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ୧୯୯୨ ମସିହା ଠାରୁ ପାରାଦୀପ ଲାଇଟ ହାଉସ ନିକଟରେ ଆୟୋଜିତ ହୋଇ ଆସୁଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ l
ପ୍ରତ୍ୟେକ ବର୍ଷ ସାତଦିନ ଧରି ଆୟୋଜିତ ହେଉଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଚଳିତ ବର୍ଷ ଆଠଦିନ ଧରି ଆୟୋଜିତ ହେଉଛି l ଏହି ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥିଙ୍କ ସହିତ ଯୋଗ ଦେଇଛନ୍ତି ମନ୍ତ୍ରୀ ସମୀର ଦାସ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ ଙ୍କ ସହିତ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନାଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି l କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ବାଲିଯାତ୍ରା କମିଟି ତରଫରୁ ଷ୍ଟଲ ସଂଖ୍ୟା ବୃଦ୍ଧି କରାଯାଇଛି l
ପ୍ରତ୍ୟେକ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି l ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ପ୍ରଶାସନ ସଜାଗ ରହିଛି l ପୂର୍ବରୁ ଲୋକମାନେ ଦେଖୁଥିବା ବାଲିଯାତ୍ରା ଚଳିତ ବର୍ଷ ଏକ ନିଆରା ଅନୁଭବ ସହିତ ଲୋକମାନଙ୍କ ମନ ଜିଣିବାରେ ସହାୟକ ହେବା ନେଇ ଉଦଘାଟନି ଉତ୍ସବ ରେ ସାଂସଦ ରାଜଶ୍ରୀ ମଲ୍ଲୀକ ଓ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି l
Comments are closed.