Latest Odisha News

ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା: ଆଜି ହେଉଛି ପ୍ରଥମ ଦିନ

ପରାଦ୍ବୀପ: ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ କଳିଙ୍ଗ ବଳିଯାତ୍ରା । ପରାଦ୍ବୀପ ଠାରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ପାଇଁ ବାଲିଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଆଜିଠାରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିବ ଏହି ମେଳା ।

ପ୍ରାପ୍ତ ସୂଚନା ଅନୁଯାୟୀ, ବାଲିଯାତ୍ରା ପାଇଁ ପ୍ରାୟ ୧୦ ଦିନ ତଳୁ ଏଠାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବାତ୍ୟା ବୁଲବୁଲ ପ୍ରଭାବରେ ଅନେକ ଷ୍ଟଲ ତଥା ଟେଣ୍ଟ ଗୁଡିକ ଭାଙ୍ଗିଯାଇଛି । ତଥାପି କିନ୍ତୁ ଭାଙ୍ଗି ନାହିଁ ଲୋକଙ୍କ ମନୋବଳ। ବାତ୍ୟାର ବିଭୀଷିକକୁ ପଛରେ ଛାଡି ବାଲିଯାତ୍ରାକୁ ସରସ ସୁନ୍ଦର କରିବା ନିମନ୍ତେ ଲାଗିପଡିଛନ୍ତି କମିଟି ଓ ପ୍ରଶାସନ।

ପୂର୍ବଥର ଅପେକ୍ଷା ଏଥର ଷ୍ଟଲସଂଖ୍ୟା ବୃଦ୍ଧି କରାଯାଇଥିବା କମିଟି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ବାତ୍ୟା ପ୍ରଭାବରେ ଯାତ୍ରା ପଡ଼ିଆରେ ଜମି ରହିଥିବା ପାଣିକୁ ଜିଲ୍ଳା ପ୍ରଶାସନ ନିଷ୍କାସନ କରିବା ସହ ଜନସାଧରଙ୍କ ସୁରକ୍ଷା ଓ ସୁବିଧା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଆଗାମୀ ୮ ଦିନ ଯାଏଁ ପଡିବ ଉଠିବ ପରାଦ୍ବୀପ । ସାନ୍ଧ୍ୟ ହେବକ୍ଷଣି ଭିଡ଼ ଜମିବ ବାଲିଯାତ୍ରା ପଡ଼ିଆରେ । ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ନାନାରକମର ଘରକରଣା ଜିନିଷ । ତାସାଙ୍ଗକୁ ସବୁ ସନ୍ଧ୍ୟାରେ ସଂସ୍କୃତିକ୍ କାର୍ଯ୍ୟକ୍ରମ । ଏସବୁକୁ ଉପଭୋଗ କରିବା ଲାଗି ଏଠାରେ ଜମିବ ଲୋକଙ୍କ ଭିଡ଼ ।

ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆବଶ୍ୟକୀୟ ମୁତାବକ ପୋଲିସ ଫୋର୍ସ ସାଙ୍ଗକୁ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Comments are closed.