Latest Odisha News

BREAKING NEWS

ମୋବାଇଲ୍ ଫାଟି ଶ୍ରମିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପର ଅଠରବାଙ୍କୀ ଅଞ୍ଚଳରେ କୌଣସି କାରଣବଶତଃ ମୋବାଇଲ୍ ଫାଟିଯିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ମୃତ ଶ୍ରମିକଙ୍କର ଘର ନୟାଗଡ ଅଞ୍ଚଳରରଣପୁର ଗ୍ରାମର ମୁନା ପ୍ରଧାନ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକ ଜଣକ ପାରାଦୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିର୍ମାଣ ଚାଲିଥିବା ମନ୍ଦିରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ଖିଆପିଆ ସାରି ଟ୍ରକ୍ ସଙ୍ଘର ଉପର ମହଲାରେ ଶୋଇଥିଲେ। ମାତ୍ର ସକାଳୁ ତାଙ୍କର ମୃତ ଦେହ ମିଳିଛି। ପାରିପାର୍ଶ୍ବିକ ଅବସ୍ଥା ଅନୁସାରେ ତାଙ୍କର ମୁହଁ, ହାତ ଓ ଛାତି ପୋଡିଯାଇଥିବା ଦେଖିବାକୁ ମିଳିଛି। ରାତ୍ରିରେ ମୋବାଇଲ୍ ଚାର୍ଜ ବସିଥିବାରୁ ମୋବାଇଲଟି ଗରମ ହୋଇ ଫାଟି ଯାଇଥିବା ଅନୁମାନ କରାଯାଉଛି।

ତେବେ ଘଟଣାସ୍ଥଳରେ ପାରାଦୀପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.