Latest Odisha News

BREAKING NEWS

ହାଇଦ୍ରାବାଦରେ ୨ଟି ଟ୍ରେନ୍ ମୁହଁମୁହିଁ ଧକ୍କା, ବହୁ ଯାତ୍ରୀ ଆହତ

ହାଇଦ୍ରାବାଦ: ହାଇଦ୍ରାବାଦର କୋଚିଗୁଡା ରେଳ ଷ୍ଟେସନ୍ ନିକଟରେ ୨ଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋଚିଗୁଡା ଓ ମଲକପଟ ରେଲୱେ ଷ୍ଟେସନ୍ ମଧ୍ୟରେ ଯାଉଥିବା ଏକ ଏକ୍ସପ୍ରେସ୍ ଟ୍ରେନ୍ ସହ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ଏମଏମଟିସି ଟ୍ରେନ୍ ଧକ୍କ୍ା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଫଳରେ ପାଖାପାଖି ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଯାବତ୍ ମୃତାହତର କୌଣସି ସୂଚନା ମିଳି ପାରିନାହିଁ ।

Leave A Reply

Your email address will not be published.