Latest Odisha News

BREAKING NEWS

ରେଳ ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’ ଉଦଘାଟିତ

ଭୁବନେଶ୍ବର : ଉଦଘାଟିତ ହୋଇଛି କଳିଙ୍ଗ ରେଳ ସଂଗ୍ରହାଳୟ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରେଳପଥର ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’କୁ ଉଦଘାଟନ କରିଛନ୍ତି ।

ଭାରତୀୟ ରେଳ ବିଶେଷ ଭାବେ ପୂର୍ବତଟ ରେଳପଥର ଏକ ସମୃଦ୍ଧ ଏବଂ ଚମତ୍କାର ଇତିହାସ ରହିଛି । ରେଳପଥ ବିଷୟରେ ଅନେକ ଅକୁହା କାହାଣୀ ରହିଛି । ପୁରୁଣା ରେଳ ଉପକରଣର ସଂରକ୍ଷଣ, ଏହି ଅଞ୍ଚଳରେ ରେଳବାଇର ସମୃଦ୍ଧ ଇତିହାସ ପ୍ରଦର୍ଶନ କରିବା, ରେଳବାଇ ଏବଂ ଏହାର ସଫଳତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ପର୍ଯ୍ୟଟନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ରେଳ ସଂଗ୍ରହାଳୟକୁ ପ୍ରତିଷ୍ଠା କରାଯାଇଛି । ପୂର୍ବତଟ ରେଳପଥର ସମୃଦ୍ଧ ଐତିହ୍ୟ ସହିତ ଭାରତୀୟ ରେଳବାଇର ଦୀର୍ଘ ଏବଂ ଜୀବନ୍ତ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଏହି ରେଳ ସଂଗ୍ରହାଳୟରେ ପ୍ରୟାସ କରାଯାଇଛି ।

ପୁରାତନ ଉପକରଣ, ଯନ୍ତ୍ର, ପ୍ରଯୁକ୍ତିବିଦ୍ୟା ଉପକରଣକୁ ଐତିହ୍ୟ ସଂଗ୍ରହାଳୟରେ କଳାକୃତି, ମଡେଲ ଏବଂ ଫଟୋଗ୍ରାଫ ଗୁଡିକର ଏକ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସଂରକ୍ଷିତ କରାଯାଇଛି । ଭାରତୀୟ ରେଳବାଇର ପ୍ରଥମ ଦିନରୁ ବିଭିନ୍ନ ଦଲିଲ, ପୁରୁଣା ମାନୁଆଲ, ରେଳ ମାନଚିତ୍ର, ଉପକରଣ ଏବଂ ଫଟୋଗ୍ରାଫ୍ ପ୍ରଦର୍ଶିତ ହୋଇଛି । ଯାହା ଦର୍ଶକଙ୍କୁ ଚମତ୍କାର ଇତିହାସ ଏବଂ ସମୃଦ୍ଧ ଐତିହ୍ୟ ଦର୍ଶାଇବାରେ ସହାୟତା କରିଛି । ଏଠାରେ ମଧ୍ୟ ବିଭିନ୍ନ ଡକ୍ୟୁମେଣ୍ଟାରି ସହିତ ରେଳବାଇ କର୍ମଚାରୀଙ୍କ ପୋଷାକ ପ୍ରଦର୍ଶନ ପାଇଁ ବ୍ୟବହୃତ ବୃତ୍ତି ଓ କଳାକୃତି ଦର୍ଶକଙ୍କ ଆକର୍ଷଣ ପାଇଁ ରଖାଯାଇଛି ।

ସେହିପରି ଡାକଘର ଷ୍ଟାମ୍ପ ଏବଂ ବିଭିନ୍ନ ପୁରୁଣା ରେଳବାଇର ଲୋଗୋର ଆର୍ଟିକ୍ୟୁଲେଟ୍ ପ୍ରଦର୍ଶନ ଦର୍ଶକଙ୍କୁ ବିଗତ ଦିନର ରେଳବାଇ କାର୍ଯ୍ୟଶୈଳୀକୁ ମନେପକାଇ ଦେଉଛି । ଯାହାକି ପୂର୍ବରୁ ଟ୍ରେନ ଯାତ୍ରା ସମୟର ସ୍ମରଣୀୟ କଥାକୁ ମନେ ପକାଇ ରେଳବାଇର ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଶଂସା କରୁଛି । ଏହି ଅବସରରେ ଉପସ୍ଥିତ ଥିଲେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ଓ ରେଳପଥର ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀ ।

Comments are closed.