ଯାଜପୁର: ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଇସ୍ପାତ ଅନୁଷ୍ଠାନ ।ପ୍ରତିଷ୍ଠା ହେବ ୩୬ ଟି ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କାରଖାନା। ଏନେଇ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ଷ୍ଟିଲ୍ ଇଣ୍ଡଷ୍ଟ୍ରିଜର ଆନୁସଂଗିକ କାରଖାନା କଳିଙ୍ଗ ନଗରରେ ପ୍ରତିଷ୍ଟା ହେବା ଦ୍ୱାରା କାମ ପାଇଁ ବାହାରକୁ ଯାଉଥିବା ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ରୋଜଗାର ମିଳିପାରିବ। ଯଥାଶୀଘ୍ର କାରଖାନା ଗୁଡିକର ଶୁଭାରମ୍ଭ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଓ IDCOକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପ୍ରସ୍ତାବ ଦେଇଛନ୍ତି । ଏ ନେଇ ଗତକାଲି କଳିଙ୍ଗନଗର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କ ସମେତ IDCO ର ମୁଖ୍ୟ ମହା ପ୍ରବନ୍ଧକ, ଯାଜପୁର ଜିଲ୍ଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ.ପି ଓ ଅନ୍ୟ ଉଚ୍ଚ ପଦାଧିକାରୀମାନେ ସାମିଲ ହୋଇଥିଲେ। ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଓଳିଆ ପଞ୍ଚାୟତର ୨୫ଏକର ଜମିରେ ସ୍କୁଲ,ମାର୍କେଟ,ମେଡିକାଲ ଓ ପାର୍କ ଓ ବିସ୍ଥାପିତ କଲୋନୀ ପ୍ରତିଷ୍ଠା କରାଯିବ। ବ୍ରାହ୍ମଣୀ ନଦୀରେ ଆନିକଟ୍ ନିର୍ମାଣ କରି କାରଖାନାକୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୁର୍ଘଟଣାରୁ ବର୍ତ୍ତିବା ଲାଗି ପ୍ରଥମେ ପାର୍କିଂ ୟାର୍ଡ ନିର୍ମାଣ କରାଯିବ। ଏଥିସହିତ CSR ଅର୍ଥ କେବଳ କଳିଙ୍ଗ ନଗରର ପାରିପାର୍ଶ୍ୱିକ ବିକାଶ ଲାଗି ଖର୍ଚ୍ଚ କରାଯାଉ ବୋଲି ବିଧାୟକ ପ୍ରସ୍ତାବ ଦେଇଥିଲେ। ତେବେ କଳିଙ୍ଗନଗର ଏହି ୩୬ ଟି ନୂଆ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଆରମ୍ଭ ହେବା ପୂର୍ବରୁ ବିସ୍ଥାପିତ ମାନଙ୍କୁ ସଠିକ ଭାବେ ଥଇଥାନ କରିବା ପାଇଁ ବିଧାୟକ ଦାବି କରିଛନ୍ତି।
BREAKING NEWS
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
- ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ
- କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନୂଆ ରୂପ ପାଇବ ନଦୀକୂଳ: ମୁଖ୍ୟମନ୍ତ୍ରୀ
Comments are closed.