Latest Odisha News

ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ

ବ୍ରହ୍ମପୁର: ବ୍ରହ୍ମପୁରର ଏମ.କେ.ସି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ କୋଭିଡ-୧୯ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଧକ୍କାରେ ବୁଧବାର ଦିନ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଓଁ ଥାନା ଅନ୍ତର୍ଗତ ନାଚୁନି ଗାଁର ବାସିନ୍ଦା ମଞ୍ଜୁ ମହାପାତ୍ର (୪୫) ବୋଲି ଜଣାପଡିଛି।

ସୂଚନାନୁସାରେ, ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ସମ୍ପର୍କୀୟଙ୍କ ସହ ଡାକ୍ତରଖାନାର କାଜୁଆଲିଟି ୱାର୍ଡ ଆଡକୁ ଯାଉଥିବାବେ ଉକ୍ତ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଗାଡିର ଭାରସାମ୍ୟ ହରାଇବାରୁ ଆମ୍ବୁଲାନ୍ସ ତାଙ୍କ ଆଡକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ବେଳେ ଶୀତଳପାଲି ଡାକ୍ତରଖାନାର ଉକ୍ତ ଡ୍ରାଇଭରକୁ ଅଟକ ରଖାଯାଇ ଅଧିକ ପଚରାଉଚରା କରାଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.