Latest Odisha News

BREAKING NEWS

ମେ’ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘Kalki 2898 AD’

ମୁମ୍ବାଇ: ଡିସେମ୍ବର ଶେଷରେ ମୁକ୍ତିଲାଭ କରିଥିବା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ସାଲାର ଏପର୍ଯ୍ୟନ୍ତ ବକ୍ସ ଅଫିସରେ ତାର ଜଲୱା ବଜାୟ ରଖିଛି । ପୁରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ଏହି ସିନେମା ୭୦୦ କୋଟିରୁ ଅଧିକ ଆୟ କରିସାରିଲାଣି । ଏହାରି ଭିତରେ ବାହୁବଳୀ ଫେମ୍ ପ୍ରଭାସଙ୍କ ଆଉ ଏକ ଚଳଚ୍ଚିତ୍ର ‘Kalki 2898 AD’କୁ ନେଇ ଚର୍ଚ୍ଚା ଚାରିଆଡେ ଜୋର୍ ଧରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଛି ।

ସିନେମାଟି ୨୦୨୪ ମେ ୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ୬୦୦ କୋଟି ଟଙ୍କାର ବିପୁଳ ବଜେଟରେ ନିର୍ମିତ୍ତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ। ଚଳଚ୍ଚିତ୍ରରେ କମଲ ହାସନ, ପ୍ରଭାସ, ଦୀପିକା ପାଦୁକୋଣ, ଅମିତାଭ ବଚ୍ଚନ ଏବଂ ଦିଶା ପଟାନି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ଦୁଇଟି ପାର୍ଟ ରିଲିଜ୍ ହେବ । ପ୍ରଥମ ଭାଗ ୨୦୨୪ରେ ମୁକ୍ତିଲାଭ କରିବ । ତେବେ ଏହି ଚଳଚ୍ଚିତ୍ରକୁ ସବୁଠାରୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ବୋଲି କୁହାଯାଉଛି । ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଅଭିନୀତ ‘Kalki 2898 AD’ ରିଲିଜକୁ ଅପେକ୍ଷା କରିଛନ୍ତି ।

 

Leave A Reply

Your email address will not be published.